ଓଲଟିଲା ଘରୋଇ ସ୍କୁଲ୍‌ ବସ୍‌

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଲଟିଲା ଘରୋଇ ସ୍କୁଲ୍‌ ବସ୍‌ । ଏକ ସ୍କୁଲ୍‌ ବସଟି ଦୁଘର୍ଟଣାର ସମ୍ମୁଖୀନ ହୋଇ ଅନେକଙ୍କ ଜୀବନ ଯାଇଛି। ଜାଣିବାକୁ ମିଳିଛି ଯେ ସ୍କୁଲ୍‌ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍‌ଟି ଓଲଟି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି।

ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଜଣ ଆହତ ହୋଇଛନ୍ତି। ଇଦ୍-ଉଲ୍-ଫିତଲ ପାଇଁ ଚାରିଆଡ଼େ ଛୁଟି ଥିବା ବେଳେ ସେହି ସ୍କୁଲ୍‌ଟି କିନ୍ତୁ ଖୋଲା ଥିଲା। ଏକ ଗ୍ରାମ ନିକଟରେ ଏକ ସ୍କୁଲ ବସ୍ ଓଲଟି ପଡ଼ିବା ପରେ ଏପରି ଘଟିଥିବା ସୂନା ରହିଛି। ଜିଏଲ୍ ପବ୍ଲିକ୍ ସ୍କୁଲର ବସ୍ କାନିନାର ଉହାନି ଗ୍ରାମ ନିକଟରେ ଓଲଟି ପଡିଥିଲା। ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନ ପରେ ଜଣାପଡ଼ୁଛି ଯେ ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡିଟିକୁ ଏକ ଗଛରେ ପିଟି ଦେଇଥିଲା।

ଯାହାଫଳରେ ବସ୍‌ଟି ଓଲଟି ପଡ଼ିଥିଲା । ସେହିପରି ସରକାରୀ ଦଲିଲ ଦର୍ଶାଉଛି ଯେ ବସ୍‌ର ଫିଟନେସ୍ ସାର୍ଟିଫିକେଟ୍ ଛଅ ବର୍ଷ ପୂର୍ବେ ଅର୍ଥାତ ୨୦୧୮ରେ ଶେଷ ହୋଇଯାଇଥିଲା । ତେବେ ଫିଟନେସ୍‌ ନଥି‍ବା ସତ୍ତ୍ୱେ ଏହି ବସ୍‌କୁ କିଏ ଅନୁମତି ଦେଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.