ପଠାନ ସଫଳତା, ବାଂଲାଦେଶରେ ରିଲିଜ ହେବ ପଠାନ

0

ଓଡିଆ ନ୍ୟୁଜ (ବ୍ୟୁରୋ)  : ପଠାନକୁ ମିଳିଛି ପ୍ରବଳ ସଫଳାତା । ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଭାବେ ବାଂଲାଦେଶରେ ଶାହାରୁଖ୍‌ ଖାନ୍‌ ଏବଂ ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ‘ୟଶ୍‌ରାଜ୍‌ ଫିଲ୍ମସ୍‌’ର ହିନ୍ଦୀ ଚଳଚ୍ଚିତ୍ର ‘ପଠାନ୍‌’ ରିଲିଜ୍‌ ହେବ ବୋଲି ନିଉଜ୍‌ ପୋର୍ଟାଲ୍‌ ‘ଭେରାଇଟି’ ରିପୋର୍ଟ କରିଛି । ସୂଚନାଯୋଗ୍ୟ, ୧୯୭୧ରେ ବାଂଲାଦେଶ ଗଠନ ହେବା ପରଠାରୁ ଭାରତର ବଲିଉଡ୍‌ରେ ନିର୍ମିତ ହିନ୍ଦୀ ଭାଷାର ଚଳଚ୍ଚିତ୍ର ସବୁ ବାଂଲାଦେଶରେ ରିଲିଜ୍‌ କରାଯାଇ ନାହିଁ ।

ବାଂଲାଦେଶର ସ୍ଥାନୀୟ ଚଳଚ୍ଚିତ ଶିଳ୍ପକୁ ବଂଚାଇ ରଖିବା ନିମନ୍ତେ ଏଭଳି କଟକଣା ଘୋଷଣା କରାଯାଇଥିଲା । କିନ୍ତୁ, କଟକଣା କୋହଳ କରି ୨୦୦୯ରେ ସଲ୍‌ମାନ୍‌ ଖାନ୍‌ଙ୍କ ଅଭିନୀତ ‘ୱାଣ୍ଟେଡ୍‌’ ରିଲିଜ୍‌ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କିନ୍ତୁ, ସ୍ଥାନୀୟ ଚଳଚ୍ଚିତ୍ର ଶିଳ୍ପ ସଂଘ ପ୍ରତିବାଦ କରିବାରୁ ଗୋଟିଏ ସପ୍ତାହ ଧରି ୫୦ଟି ସିନେମା ହଲ୍‌ରେ ଚାଲିଥିବା ହିନ୍ଦୀ ଚଳଚ୍ଚିତ୍ର ‘ୱାଣ୍ଟେଡ୍‌’କୁ ପ୍ରତ୍ୟାହାର କରାଯାଇଥିଲା । ଦେଶରେ ହିନ୍ଦୀ ଭାଷାର ଚଳଚ୍ଚିତ୍ର ରିଲିଜ୍‌ କରାଯିବ ବୋଲି ଚଳିତ ବର୍ଷ ଫେବ୍ରୁଆରି ମାସରେ ୧୯ଟି ବାଂଲାଦେଶୀ ଚଳଚ୍ଚିତ୍ର ସଙ୍ଗଠନ ସଂଘର ନିଷ୍ପତ୍ତି ନେଇଥିଲା । ସେହି ନିଷ୍ପତ୍ତି କ୍ରମେ ଚଳିତ ବର୍ଷ ବାଂଲାଦେଶରେ ୧୦ଟି ହିନ୍ଦୀ ଚଳଚ୍ଚିତ୍ର ରିଲିଜ୍‌ ହେବ । ‘ୟଶ୍‌ ରାଜ ଫିଲ୍ମସ୍‌’ର ‘ଭି.ପି. ଇଣ୍ଟର୍‌ ନ୍ୟାସ୍‌ନାଲ୍‌ ଡିଷ୍ଟ୍ରିବ୍ୟୁସନ୍‌’ର ନେଲ୍‌ସନ୍‌ ଡିସେଜା କହିଛନ୍ତି, ଦେଶ-ଦେଶ, ଜାତି-ଜାତି ଏବଂ ସଂସ୍କୃତି-ସଂସ୍କୃତି ମଧ୍ୟରେ ଚଳଚ୍ଚିତ୍ର ସଦାସର୍ବଦା ସଂଯୋଗକାରୀ ଶକ୍ତି ହୋଇ ଆସିଛି ।

ଏହା ସୀମାସରହଦ ଅତିକ୍ରମ କରି, ଜନସାଧାରଣଙ୍କୁ ସମ୍ମିଳିତ କରିବା ସହିତ ଜନତାଙ୍କୁ ଏକତ୍ର କରିବାରେ ଗରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ବିଶ୍ୱବ୍ୟାପୀ ସ୍ମରଣୀୟ ବ୍ୟବସାୟ କରିଥିବା ‘ପଠାନ୍‌’ ଏବେ ବାଂଲାଦେଶରେ ଦର୍ଶକମାନଙ୍କ ମନୋରଞ୍ଜନ କରିବ ଜାଣି ଆମେ ପୁଲକିତ । ସେହି ଅନୁସାରେ, ମେ ୧୨ ତାରିଖରେ ସମଗ୍ର ବାଂଲାଦେଶରେ ପ୍ରଥମେ ରିଲିଜ୍‌ ହେବ ‘ପଠାନ୍‌’ ଚଳଚ୍ଚିତ୍ର ।

Leave A Reply

Your email address will not be published.