ଓଡ଼ିଆ ନ୍ୟୁଜ, ବାଲିଆପାଳ: ବାଲିଆପାଳ ବ୍ଲକ ସଭାଗୃହ ପରିସରରେ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ବୈଠକ ଥାନା ଅଧିକାରୀ ପ୍ରଶାନ୍ତ ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।ଅତିଥି ଭାବେ ଏସଡ଼ିପିଓ ମାନସ କୁମାର ଦେଓ ଯୋଗ ଦେଇ ବିଭିନ୍ନ ନିୟମ,ଆଇନ ,ଆଚରଣ ,ଡିଜେ ବାଜିବା ବନ୍ଦ ସମ୍ପର୍କରେ ଆଲୋଚନା କରିଥିଲେ।
ବାଲିଆପାଳ ରେ ବସଷ୍ଟାଣ୍ଡ, ସିମୁଳିଆ ବଜାର, ରତାଇ , ନୂଆଗାଁ, ବଡାସ ଇକଡପାଳ ଇତ୍ୟାଦି ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳା ର ସହିତ ପୂଜାଉତ୍ସବ ହେବ ବୋଲି ସହମତି ପ୍ରକାଶ ପାଇଥିଲା।ଏତଦ୍ବ୍ୟତୀତ ସିମୁଳିଆ ଇକଡପାଳ,ରତାଇ ପ୍ରଭୃତି ନିକଟରେ ରାବଣ ପୋଡି ଉତ୍ସବ ହେଉଥିବାରୁ ସତର୍କତା ର ସହ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।ଏହି ବୈଠକରେ ବାଲିଆପାଳବ୍ଲକ ବିଡ଼ିଓ ଵିନୋଦ ଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ସୁବ୍ରତ କୁମାର ପାତ୍ର , ଉପସ୍ଥିତ ରହି କିପରି ପ୍ରଶାସନିକ ତରଫରୁ ସୁବିଧା ଯୋଗାଇ ଦିଆଯିବ ସେ ନେଇ ମତ ଉପସ୍ଥାପନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ପୂଜା ମଣ୍ଡପର ସଭାପତି ଏବଂ ସଂପାଦକ, ବୁଦ୍ଧିଯିବି ଓ ସାମ୍ବାଦିକ ପ୍ରତାପ ପାତ୍ର, ଲକ୍ଷ୍ମୀଧର ପ୍ରଧାନ, ପଙ୍କଜ କୁମାର ସାହୁ,ସୁବାସ କୁମାର ଦାସ , ଗୋପୀକୃଷ୍ନ ପଣ୍ଡା, ପ୍ରଦୀପ ଜେନା ,ଚନ୍ଦନ ଜେନା ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ