ଦୂର ହେବ ଲୋକଙ୍କ ଦୁଃଖ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଔଷଧ ପାଇଁ ଆଉ ଲୋକଙ୍କୁ ଦୂରସ୍ଥାନକୁ ଯିବାକୁ ପଡ଼ିବନି କି ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି । ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଗମ କରିବାକୁ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ରୋଗୀଙ୍କ ନିକଟରେ କମ୍ ସମୟରେ ଏବଂ କମ୍ ଖର୍ଚ୍ଚରେ ଔଷଧ ପହଞ୍ଚିବ । ରାଜଗଡ଼ା ଜିଲ୍ଲାରେ ଡ୍ରୋନରେ ପହଞ୍ଚିବ ଔଷଧ ।

କନ୍ଧମାଳ ପରେ ଦ୍ୱିତୀୟ ଜିଲ୍ଲା ଭାବେ ରାୟଗଡାରେ ପରୀକ୍ଷାମୂଳକ ଭାବେ ଏହି ଯୋଜନାର ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ USAID ଏବଂ ରେଡୱିଙ୍ଗ ସଂସ୍ଥାର ସହଯୋଗରେ ଏହି ସେବା ଆରମ୍ଭ ହୋଇଛି । ଜିଲ୍ଲାର କଲ୍ୟାଣସିଂହପୁର ଏବଂ ଗୁଡାରି ମେଡିକାଲକୁ ଡ୍ରୋନ୍ ସାହାଯ୍ୟରେ ପଠାଯାଇଛି ଔଷଧ ।ଏ ସଂକ୍ରାନ୍ତରେ ସୂଚନା ଦେଇ ରାୟଗଡା ଜିଲ୍ଲାପାଳ ସ୍ୱଧାଦେବ ସିଂହ କହିଛନ୍ତି, ଡ୍ରୋନ ଦ୍ୱାରା ମେଡିସିନ ଡେଲିଭରି ଓ ସାମ୍ପଲ ସଂଗ୍ରହ କାମ ଆରମ୍ଭ ହୋଇଛି। ଆମ ଜିଲ୍ଲାରେ ପାଇଲଟ ପ୍ରୋଜେକ୍ଟରେ ଏହି କାମ ଆରମ୍ଭ ହୋଇଛି।

ଲୋକଙ୍କୁ ଯିବା ଆସିବାରେ ଅସୁବିଧା ହେଉଥିଲା। ସମୟ ସହ ଟଙ୍କା ଅପଚୟ ହେଉଥିଲା। ଏହାଦ୍ୱାରା ଲୋକେ ଉପକୃତ ହେବେ । ଖୁବ୍‌ ଶୀଘ୍ର ଜିଲ୍ଲାର ଅନ୍ୟ ବ୍ଲକକୁ ବି ଡ୍ରୋନ ସାହାଯ୍ୟରେ ମେଡିସିନ ପହଞ୍ଚିବ । ସୂଚନାଯୋଗ୍ୟ, ଓଡ଼ିଶା ପୂର୍ବରୁ ଅରୁଣାଚଳ ପ୍ରଦେଶ ଏବଂ ମେଘାଳୟର ଗୋଟିଏ ଗୋଟିଏ ଜିଲ୍ଲାରେ ଡ୍ରୋନ ମାଧ୍ୟମରେ ଔଷଧ ବିତରଣ କରାଯାଉଛି।

Leave A Reply

Your email address will not be published.