ଏହି ସବୁ ରାଜ୍ୟରେ ଶସ୍ତା ହେଲା ପେଟ୍ରୋଲ୍‌ ଓ ଡିଜେଲ୍‌

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ଲୋକଙ୍କ ପାଇଁ ପେଟ୍ରୋଲ ଓ ଡିଜେଲ ଦର ମୁଣ୍ଡବିନ୍ଧାର କାରଣ ପାଲଟିଛି | ଜାନୁଆରି ୮ (ଆଜି) ସାରା ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ପରିବର୍ତ୍ତନ କରାଯାଇଛି। ତୈଳ କମ୍ପାନିଗୁଡ଼ିକ ସୋମବାର ପେଟ୍ରୋଲ ଓ ଡିଜେଲ୍‌ର ନୂଆ ଦର ଜାରି କରିଛନ୍ତି। ଯଦିଓ ଜାତୀୟ ସ୍ତରରେ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ସେପରି କୌଣସି ପରିବର୍ତ୍ତନ ହୋଇନାହିଁ।

ହେଲେ କିଛି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର କମ ହୋଇଛି। ସେହିପରି ଅନ୍ୟ କିଛି ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲର ଦର ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ତେଲ ଭରିବାକୁ ଯିବା ପୁବରୁ କେଉଁ ଦରରେ ଡିଜେଲ୍ ଓ ପେଟ୍ରୋଲ ମିଳୁ ଅଛି ତାହା ଜାଣିବା ନିହାତି ଜରୁରୀ। ତେବେ ବନ୍ଦ ଡାକରା ପରେ ରାଜ୍ୟରେ ପେଟ୍ରୋଲ, ଡିଜେଲ ସଙ୍କଟ ଦେଖାଦେବା ଏକପ୍ରକାର ନିଶ୍ଚିତ ବୋଲି ସୂଚନା ମିଳିଛି। କାରଣ ୩ ଦିନ ହେଲା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଗାଡ଼ି ଚାଳକଙ୍କୁ ୧୦ ବର୍ଷ ଜେଲ ଏବଂ ୭ ଲକ୍ଷ ଟଙ୍କାର ଜରିମାନା ଆଦାୟ ନିୟମ ବିରୋଧରେ ରାଜ୍ୟବ୍ୟାପୀ ଡ୍ରାଇଭର ସଂଘ ଷ୍ଟିୟରିଂ ଛାଡ଼ ଡାକରା ଦେଇଥିଲା। ଏଥିଯୋଗୁ ପେଟ୍ରୋଲ, ଡିଜେଲ ଯୋଗାଣ ଏକପ୍ରକାର ବନ୍ଦ ହୋଇଯାଇଥିଲା। ଶନିବାର ରାଜ୍ୟବ୍ୟାପୀ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବା ସହ ଅଧିକାଂଶ ପେଟ୍ରୋଲ ପମ୍ପ ଡ୍ରାଏ ସମସ୍ୟା ଯୋଗୁ ବନ୍ଦ ରହିଥିଲା  ଦେଶର ସମସ୍ତ ମହାନଗର ଯେପରିକି ଦିଲ୍ଲୀ , ମୁମ୍ଭାଇ , କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।

ମାତ୍ର ଚେନ୍ନାଇରେ ଆଜି ପେଟ୍ରୋଲ୍ ଦରରେ ୧୦ପଇସା ଓ ଡିଜେଲର ଦରରେ ୯ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୭୨ଟଙ୍କା ଓ ଡିଜେଲ୍ ଲିଟର ପିଛା ୮୯.୬୨ଟଙ୍କା ରହିଛି । ମୁମ୍ଭାଇରେ ପେଟ୍ରୋଲ ଲିଟର ପିଛା ୧୦୬.୩୧ଟଙ୍କା ଓ ଡିଜେଲ୍ ଲିଟର ପିଛା ୯୪.୨୭ଟଙ୍କା ରହିଛି । କଲିକତାରେ ପେଟ୍ରୋଲ୍ ଲିଟର ପିଛା ୧୦୬,୦୩ଟଙ୍କା ଓ ଡିଜେଲ ଲିଟର ପିଛା ୯୨.୭୬ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୭୩ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୩୩ଟଙ୍କା ରହିଛି ।

Leave A Reply

Your email address will not be published.