ଚତୁର୍ଥ ଥର ପାଇଁ ଶେଖ ହସିନାଙ୍କ ଦଳ ଆଓ୍ବାମୀ ଲିଗ ନିର୍ବାଚନରେ ବିଜୟ ହାସଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଂଲାଦେଶରେ ଶେଷ ହୋଇଛି ନିର୍ବାଚନ । ବିପୁଳ ଭୋଟ ପାଇ ଚତୁର୍ଥ ଥର ପାଇଁ ଶେଖ ହସିନାଙ୍କ ଦଳ ଆଓ୍ବାମୀ ଲିଗ ନିର୍ବାଚନରେ ବିଜୟ ହାସଲ କରିଛି । ପଞ୍ଚମ ଥର ପାଇଁ ଶେଖ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ବିରୋଧୀ ଦଳ ବିଏନପିକୁ ହରାଇ, ସଂଖ୍ୟା ଗରିଷ୍ଠତା ହାସଲ କରିଛି ଆଓ୍ବାମୀ ଲିଗ । 300 ଆସନ ବିଶିଷ୍ଟ ବାଂଲାଦେଶ ସଂସଦରେ 299ଟି ସିଟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥି ମଧ୍ୟରୁ 223 ସିଟରେ ଆଓ୍ବାମୀ ଲିଗ୍ ଦଳ ବିଜୟୀ ହୋଇଛି ।

୩ଶହ ସିଟ୍ ବିଶିଷ୍ଟ ସଂସଦରେ ଆଓ୍ବମୀ ଲିଗକୁ ଏକ ତୃତୀୟାଂଶ ଆସନ ମିଳିଛି । ପଞ୍ଚମ ଥର ପାଇଁ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ୨୦୦୯ରୁ ଲଗାତାର ଭାବେ ତାଙ୍କ ପାର୍ଟି ବିଜୟୀ ହୋଇଛନ୍ତି ।ରବିବାର ହିଂସା ଓ ବିବାଦ ମଧ୍ୟରେ ବାଂଲାଦେଶରେ ମତଦାନ ଶେଷ ହୋଇଛି । ଆଜି ଆସିବ ନିର୍ବାଚନ ରେଜଲ୍ଟ । ଗଣତି ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦୦ଆସନରୁ ୨୨୪ଟି ସିଟ୍ ବିଜୟୀ ହୋଇଛି ଆଓ୍ବମୀ ଲିଗ୍ । ବାଂଲାଦେଶ ଜାତୀୟ ପାର୍ଟିକୁ ୪ଟି ଆସନ ମିଳିଛି । ୬୨ଟି ସଂସଦୀୟ କ୍ଷେତ୍ରରେ ସ୍ବାଧୀନ ନେତା ବିଜୟୀ ହୋଇଥିବା ବେଳେ ଅନ୍ୟଦଳକୁ ଗୋଟିଏ ଆସନ ଯାଇଛି । 76 ବର୍ଷିୟା ଶେଖ ହସିନା ଗୋପାଳଗଞ୍ଜ -3 ନିର୍ବାଚନମଣ୍ଡଳୀରୁ ବିପୁଳ ଭୋଟ ପାଇ ବିଜୟୀ ହୋଇଛନ୍ତି । ଅଷ୍ଟମ ଥର ପାଇଁ ଶେଖ ହସିନା ସଂସଦକୁ ନିର୍ବାଚିତ ହୋଇଛନ୍ତି । 2009ରୁ କ୍ରମାଗତ ଭାବେ ବାଂଲେଦେଶର ପ୍ରଧାନମନ୍ତ୍ରୀ ରହି ଆସିଛନ୍ତି ଶେଖ ହସିନା ।

ତାଙ୍କ ଦଳ ଆୱାମୀ ଲିଗ୍ ଲଗାତର ଚତୁର୍ଥ ଥର ପାଇଁ ନିର୍ବାଚନରେ ବିଜୟ ହାସଲ କରିଛି । ଫଳରେ ଦେଶରେ ପଞ୍ଚମ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଶେଖ ହସିନା । ନିର୍ବାଚନରେ 40 ପ୍ରତିଶତ ମତଦାନ ହୋଇଥିଲା। ବାଂଲାଦେଶ ନିର୍ବାଚନ ସମୟରେ ଭାରତକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ଶେଖ ହସିନା । 1971 ମସିହା ଲିବରେସନ ଯୁଦ୍ଧ ସମୟରେ ଭାରତ ପକ୍ଷରୁ ବାଲାଂଦେଶକୁ ସମର୍ଥନ କଥା ମନେ ପକାଇଥିଲେ ହସିନା । ଏଥିସହ 1975ରେ ଯେତେବେଳେ ସେ ପରିବାରର ସମସ୍ତଙ୍କୁ ହରାଇଥିଲେ, ସେତେବେଳେ ଭାରତ ଆଶ୍ରୟ ଦେଇଥିବା କଥା ମଧ୍ୟ ସେ କହିଥିଲେ ।

Leave A Reply

Your email address will not be published.