ପାଇକ ସଂଗ୍ରାହଳାୟ ନିର୍ମାଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୫ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍‌ଙ୍କ ବଳିଷ୍ଠ ଉଦ୍ୟମ ଯୋଗୁଁ ପାଇକ ଏକାଡେମୀ ନିର୍ମାଣ ସହ ପାଇକ ସଂଗ୍ରାହଳାୟ ନିର୍ମାଣ ପାଇଁ ବରୁଣେଇ ପାହାଡ ନିକଟରେ ଜମି ଯୋଗାଇ ଦେଇଛନ୍ତି । ସଂସ୍କୃତି ବିଭାଗ ମଧ୍ୟ ତତ୍ପର ହୋଇଛି । ପାଇକ ଏକାଡେମୀ ଗଠନରେ ରୂପରେଖ ପାଇଁ ମତାମତ ସଂଗ୍ରହ କରୁଛି ସଂସ୍କୃତି ବିଭାଗ ।

ପାଇକ ସଂଗଠନ ମୁଖ୍ୟ, ମହାସଂଘ ମୁଖ୍ୟ, ଐତିହାସିକ, ଗବେଷକଙ୍କୁ ନିମନ୍ତ୍ରଣ କରି ସଂସ୍କୃତି ବିଭାଗ ମତମତ ସଂଗ୍ରହ କରିଛି। ୫ଟି ଅଧ୍ୟକ୍ଷଙ୍କ ଦିଗଦର୍ଶନରେ ପାଇକ ଏକାଡେମୀ ଗଠନ ପାଇକଙ୍କୁ ନୂଆ ଆଲୋକ ଆଣିଦେବ ଯାହାକୁ ଓଡିଶା ପାଇକ ଆଖଡା ମହାସଂଘ ସ୍ବାଗତ କରୁଛି । ବ୍ୟକ୍ତଗତ ଭାବରେ ଓଡିଶା ପାଇକ ଆଖଡା ମହାସଂଘର ସଭାପତି ଭାବରେ ମୁଁ ଏହାକୁ ଅନ୍ତରର ସହ ସ୍ବାଗତ କରୁଛି । ଆଶା ରଖୁଛି ୫ଟି ଓ ନବୀନ ଓଡିଶା ଗଠନର ଅଧ୍ୟକ୍ଷ ତଥା ନୂତନ ଓଡିଶା ଗଠନର ବିନ୍ଧାଣୀ ଭି.କେ.ପାଣ୍ଡିଆନ୍‌ଙ୍କ ମାର୍ଗଦର୍ଶନରେ ପାଇକ କୂଳ ପୁଣି ହସିଉଠିବ ।

ଓଡିଶା ସରକାର ପାଇକଙ୍କ ଉନ୍ନତି ପାଇଁ ଯେଉଁ ଭଳି ଭାବରେ ଉଦ୍ୟମ କରୁଛନ୍ତି ତାକୁ ମୁଁ ମହାସଂଘର ସଭାପତି ଭାବରେ ସ୍ବାଗତ କରିବା ସହ ସରକାର ତଥା ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍‌ଙ୍କୁ ଅନୁରୋଧ କରୁଛି ଏହି ଉଦ୍ୟମର କାର୍ଯ୍ୟକାରିତା ଯେଉଁଭଳି ଦ୍ରୁତ ଗତିରେ ଅଗ୍ରଗତି କରୁଛି ଏହାର ଗତି ଆହୁରି ତ୍ୱରାନିତ୍ୱ କରାଯାଉ ଯାହାର ସୁଫଳ ଆଗାମୀ ଦିନରେ ସାରା ଓଡିଶା ନୁହେଁ ସାରା ଭାରତ ଦେଖାବାକୁ ପାଇବ ।

Leave A Reply

Your email address will not be published.