ଓଡ଼ିଆ ନ୍ୟୁଜ୍: ପୀତବାସ ପଣ୍ଡା ହତ୍ୟା; କ୍ରାଇମ୍ ସିନ୍ ରିକ୍ରିଏସନ୍।ବ୍ରହ୍ମପୁର ବୈକୁଣ୍ଠନଗର ଅଞ୍ଚଳରେ କ୍ରାଇମ ସିନ୍ ରିକ୍ରିଏସନ୍।କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ କ୍ରାଇମ୍ ସିନ୍ ରିକ୍ରିଏସନ୍। ସାର୍ପ ସୁଟର କୁରୁପତି ଓ ବାଇକ୍ ଚାଳକ ଚିଣ୍ଟୁକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍।କେମିତି ଆସି ପଏଣ୍ଟ ବ୍ଲାଙ୍କ୍ରୁ ଗୁଳି କରି ଖସିଗଲେ ଦେଖାଇଲେ ଡେମୋ। ବିକ୍ରମ ଓ ପିଣ୍ଟୁଙ୍କ ଦୁଇ ଆଖି ସାଜିଥିଲେ ମଦନ, ମଳୟ ।
କୁହାଯାଉଛି, ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ହତ୍ୟାକାଣ୍ଡର ବ୍ଲ୍ୟୁ ପ୍ରିଣ୍ଟ ଆଙ୍କିଥିଲେ ଅଭିଯୁକ୍ତ । ସହରରେ ଛାପା ମାରି ୬ ଅଭିଯୁକ୍ତ ଶିଖିଥିଲେ କେମିତି ମାରିବେ ଛୁ’। ହତ୍ୟାକାଣ୍ଡର ମାସ ପୂରାଣି ପୂର୍ବରୁ ସୁଟର ଧରାପଡ଼ିଥିବାରୁ ଆଉ କିଏ ଏଥିରେ ସାମିଲ? ତାହା ଏବେ ବଡ଼ ପ୍ରଶ୍ନ । ବିହାରୀ ସୁଟର ଓ ଦୁଇ ବଡ଼ ନେତା ରହିଗଲେ ଜେଲ୍ରେ। ପ୍ଲାନ-ବିକୁ ସଫଳ କରିଥିବା ଅଭିଯୁକ୍ତମାନେ ଏବେ ରିମାଣ୍ଡରେ । ପୁଲିସର ପ୍ରଶ୍ନ ଓ ଅଭିଯୁକ୍ତଙ୍କ ପ୍ରମାଣ ଭିତରେ ପୀତବାସଙ୍କ ପରିବାରକୁ କେବେ ନ୍ୟାୟ ମିଳୁଛି, ଦେଖିବାର କଥା ।