ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ, କଳାରେ ପାସ ହାର ରହିଛି ୮୨.୧୦ ପ୍ରତିଶତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ । କଳାରେ ପାସ ହାର ରହିଛି ୮୨.୧୦ ପ୍ରତିଶତ । ମୋଟ୍‌ ୨ ଲକ୍ଷ ୧୩ ହଜାର ୪୦୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପାସ କରିଛନ୍ତି ୧ଲକ୍ଷ ୭୧ହଜାର ୨୮୮ ଜଣ । ଏମାନଙ୍କ ଭିତରୁ ୧୭୭ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ପ୍ରଥମ ଶ୍ରେଣୀରେ ୬୨ ହଜାର ୭୩୪, ଦ୍ୱିତୀୟ ଶ୍ରେଣୀରେ ୪୧ହଜାର ୧୯୩ ଓ ଥାର୍ଡ କ୍ଲାସରେ ପାସ କରିଛନ୍ତି ୬୭ହଜାର ୩୪୧ ଛାତ୍ରଛାତ୍ରୀ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ପାସ ହାର ରହିଛି ୮୭.୮୦ ପ୍ରତିଶତ । ନବରଙ୍ଗପୁରରେ ସର୍ବନିମ୍ନ ପାସ ହାର ୬୪.୧୬ ପ୍ରତିଶତ ରହିଛି । ୨୮ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି ।

କେଉଁଠି ବି ଶୂନ୍ୟ ରେଜଲ୍ଟ ହୋଇନି ।..ସେହିପରି ଧନ୍ଦାମୂଳକ ଶିକ୍ଷାରେ ପାସ ହାର ରହିିଛି ୭୦.୩୫ ପ୍ରତିଶତ । ପରୀକ୍ଷା ଦେଇଥିଲେ ୫ହଜାର ୬୭୩ ଛାତ୍ରଛାତ୍ରୀ । ଏଥିରୁ ୩ହଜାର ୯୯୧ ପିଲା । ଧନ୍ଦାମୂଳକରେ ୧୬ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଚଳିତବର୍ଷ ଦୁଇଟି ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇଛି । କୌଣସି ତ୍ରୁଟି ଥିଲେ ୧୬ ତାରିଖ ସୁଦ୍ଧା ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୨୭ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା । .

Leave A Reply

Your email address will not be published.