ଧର୍ମ ବିହାରରେ ପିଏନଜି ଶବଦାହ ଗୃହର ହେଲା ଲୋକାର୍ପିତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧର୍ମ ବିହାରରେ ପିଏନଜି ଶବଦାହ ଗୃହର ହେଲା ଲୋକାର୍ପିତ । ଫଳରେ ଏମିକି ପ୍ରାକୃତିକ ଗ୍ୟାସରେ ହେବ ଶବ ଦାହ । ଲୋଡା ପଡିବନି କାଠ । ଖରା ହେଉ କି ବର୍ଷା, ଶବ ଦାହ ପାଇଁ ରହିବନି ଚିନ୍ତା ।   ଗେଲ୍ (ଇଣ୍ଡିଆ) ଲିମିଟେଡ୍‌ର କର୍ପୋରେଟ୍ ପକ୍ଷରୁ  ଭୁବନେଶ୍ୱରର ଧର୍ମବିହାରଠାରେ ପ୍ରାକୃତିକ ଗ୍ୟାସ୍ ଆଧାରିତ ଏକ ଅତ୍ୟାଧୁନିକ ଶବଦାହ ଗୃହକୁ ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକାର୍ପଣ ଉତ୍ସବରେ ଭୁବନେଶ୍ୱରର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ୬୩ ନଂ ୱାର୍ଡର କର୍ପୋରେଟର ସୁଜାତା ଛୋଟରାୟ, ଗେଲ୍ (ଇଣ୍ଡିଆ) ଲିମିଟେଡ୍‌ର ମାନବ ସମ୍ବଳ ନିର୍ଦେଶକ ଆୟୁଷ ଗୁପ୍ତା, ଗେଲ୍ ଏବଂ ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।

ଧର୍ମବିହାର, ଭୁବନେଶ୍ୱର ଓ କଟକଠାରେ ଗେଲ ପକ୍ଷରୁ ପିଏନ୍‌ଜି (ପାଇପ୍‌ଡ୍ ନ୍ୟାଚୁରାଲ ଗ୍ୟାସ) ଶବ ଦାହ ଗୃହ   ନିରନ୍ତର ପ୍ରଗତି ଓ ପରିବେଶ ଅନୁକୂଳ ଆଚରଣ ପ୍ରତି ପ୍ରତିବଦ୍ଧତାର ପ୍ରମାଣ । ଗେଲ୍ ଆଉ ଦୁଇଟି ଅତ୍ୟାଧୁନିକ ପିଏନଜି ଆଧାରିତ ଶବଦାହ ଗୃହ ଭୁବନେଶ୍ୱର ଏବଂ କଟକର ସୁଚିନ୍ତିତ ଭାବେ ଉପଯୁକ୍ତ ଅଞ୍ଚଳରେ ପ୍ରତିଷ୍ଠା କରିବ ବୋଲି ଆଜିର ଲୋକାର୍ପଣ କାର୍ଯ୍ୟକ୍ରମରେ କୁହାଯାଇଥିଲା । ଅନ୍ୟାନ୍ୟ ଅଞ୍ଚଳ ଯଥା ଭୁବନେଶ୍ୱରର ଆଳୁଗଦି, ଆଇଗିଣିଆ ଏବଂ କଟକର ଖାନନଗରଠାରେ ଏହି ଶବଦାହ ଗୃହ ନିର୍ମାଣ ଅଗ୍ରୀମ ପର୍ଯ୍ୟାୟରେ ଉପନୀତ । ସମସ୍ତ ତିନି ସ୍ଥାନ ନିମନ୍ତେ ୧୬ କୋଟି ଟଙ୍କା ବଜେଟ୍‌ ଆକଳନ କରାଯାଇଛି । ଏହି ପ୍ରକଳ୍ପ ଶୁଦ୍ଧ ଇନ୍ଧନକୁ ପ୍ରୋତ୍ସାହିତ  ବାୟୁମଣ୍ଡଳର ମାନରେ ସୁଧାର ଏବଂ ଅଙ୍ଗାରକ ନିର୍ଗମନ ହ୍ରାସ କରିବା ଗେଲ୍‌ର ଲକ୍ଷ୍ୟ ଅଟେ ବୋଲି କହିଥିଲେ ଉପସ୍ଥିତ ଗେଲ ଅଧିକାରୀ । ଏହି ପ୍ରକଳ୍ପର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି,  ପରିବେଶ ଅନୁକୂଳ ଶବଦାହ ଅଭ୍ୟାସକୁ ଉତ୍ସାହିତ କରିବା, ବାୟୁ ପ୍ରଦୂଷଣ ହ୍ରାସ, ଅନ୍ତିମ ସଂସ୍କାର ପାଇଁ ଦକ୍ଷ ସୁବିଧା ପ୍ରଦାନ ଏବଂ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ପିଏନ୍‌ଜି ଦ୍ୱାରା ଶବଦାହର ଲାଭ ବାବଦରେ ସଚେତନତା ବୃଦ୍ଧି କରିବା ।

Leave A Reply

Your email address will not be published.