ଭାରସାମ୍ୟ ହରାଇ ଦୋକାନ ଉପରକୁ ମାଡିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ଦୋକାନୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରସାମ୍ୟ ହରାଇ ଦୋକାନ ଉପରକୁ ମାଡିଗଲା ବସ୍। ଆଠଗଡ ଥାନା ପାଖ ଗୋପବନ୍ଧୁ ଛକରେ ଦୋକାନ ଉପରକୁ ମାଡିଗଲା ବସ । ଛକରେ ଏକ ଅଟୋକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଦୋକାନ ଉପରକୁ ମାଡିଯାଇଥିଲା । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୋକାନୀ । ବସ୍‌ଟି ଆଠଗଡ ନିଧିପୁର ସ୍ଥିତ ଆରତୀଷ୍ଟିଲ ପ୍ଲାଣ୍ଟର । ଏହି ବସ୍‌ଟି ଢେଙ୍କାନାଳରୁ ପ୍ଲାଣ୍ଟକୁ କର୍ମଚାରୀ ଆଣିବା ପାଇଁ ଯାଉଥିଲା । ଏହି ସମୟରେ ନିୟନ୍ତ୍ରଣ ହରାଇ ଦୋକାନ ଭିତରକୁ ପଶିଯାଇଥିବା ଅନୁମାନ କରାଯାଉଛି ।

ତେବେ ଦୁର୍ଘଟଣାରେ ଅଳ୍ପକେ ଦୋକାନି ବର୍ତ୍ତିଯାଇଥିବା ବେଳେ ବସର ଡ୍ରାଇଭର , ଓ ଅଟୋର ଡ୍ରାଈଭର ଗୁରୁତର ଆହତ ହୋଇ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେପଟେ କେଉଁ ପରିସ୍ଥିତିରେ ଏମିତି ଦୁର୍ଘଟଣା ଘଟିଛି, ତାର ଛାନଭିନ୍ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.