ବାରବାଟୀ ବିଧାୟକଙ୍କୁ ସାମୟିକ ଆଶ୍ୱସ୍ତି, ସଭ୍ୟପଦ ରଦ୍ଦ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ୱସ୍ତି। ସଭ୍ୟପଦ ରଦ୍ଦ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ। MP / MLA ଙ୍କ ପାଇଁ ଗଠିତ ସ୍ୱତନ୍ତ୍ର ବେଞ୍ଚରେ ହେବ ଶୁଣାଣି। ଭିଜିଲାନ୍ସ ମାମଲାରେ ଦଣ୍ଡିତ ହେବା ଯୋଗୁଁ ସଭ୍ୟପଦ ରଦ୍ଦ କରିବାକୁ ହୋଇଥିଲା ଆବେଦନ। ଏନେଇ ଜନସ୍ବାର୍ଥ ମାମଲା ଦାୟର କରିଥିଲେ ଡାକ୍ତର ରବି ରଞ୍ଜନ ସାହୁ। ORHDC ଋଣ ଦୁର୍ନୀତି ମାମଲାରେ ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲା ଅଗ୍ରାହ୍ୟ ହୋଇଛି।

ଜନସ୍ୱାର୍ଥ ମାମଲାକୁ ହତିଆର ଭାବେ ବ୍ୟବହାର କରି ହେବ ନାହିଁ। ଏଭଳି ମାମଲା ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣୀୟ ନୁହେଁ। ବିଧାୟକ, ସାଂସଦଙ୍କ ମାମଲା ଶୁଣାଣି ପାଇଁ ହାଇକୋର୍ଟରେ ସ୍ୱତନ୍ତ୍ର ଖଣ୍ଡପୀଠ ରହିଛନ୍ତି। ସେହି ଖଣ୍ଡପୀଠରେ ସେଭଳି ମାମଲା ରୁଜ୍ଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ। ଡାକ୍ତର ରବିରଞ୍ଜନ ସାହୁଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିଲା ଏହି ଜନସ୍ୱାର୍ଥ ମାମଲା।

Leave A Reply

Your email address will not be published.