କୁଟୁରା ମାଂସ ଜବତ :୫ ଶିକାରୀ ଗିରଫ

0

କରଞ୍ଜିଆ ବନଖଣ୍ଡ, ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳର ବନ କର୍ମଚାରୀ ମାନେ ଦୁଆରଶୁଣୀ ଜଙ୍ଗଲରୁ ଶୁକ୍ରବାର ସକାଳେ ଶିକାରୀ ମାନେ ଶିକାର କରି ଥିବା ୮ କେଜି ଓଜନର କୁଟୁରା ମାଂସ ଜବତ କରିବା ସହ ଘଟଣାରେ ସଂପୂର୍କ୍ତ ୫ଜଣ ଶିକାରୀଙ୍କୁ ଗିରଫ କରିଥିବାର ଜଣା ପଡିଛି ।

ବିଶେଷ ସୂତ୍ରରୁ ଖବର ପାଇ ରେଞ୍ଜ ଅଧିକାରୀ ରବିନ୍ଦ୍ର କୁମାର ମହାନ୍ତ, ବନପାଳ ଗିରିଜା ନନ୍ଦନ ଦଳେଇ,ବିଜୟ କୁମାର ମାହାନ୍ତ ଙ୍କ ନେତୃତ୍ୱରେ ଏକ ଟିମ୍ ଦୁଆରଶୁଣୀ ଜଙ୍ଗଲ ରେ ଚଢ଼ାଉ କରିଥିଲେ । ଶୀକାରୀ ମାନେ ଏକ କୁଟୁରା କୁ ଶିକାର କରି ସାରି ଜଙ୍ଗଲ ଭିତରେ ମାଂସ ଭାଗ କରୁଥିବା ସମୟରେ ସଂପୂର୍କ୍ତ ୫ ଜଣକୁ ଚଢ଼ାଉ କରି ଧରିଥିଲେ। ଘଟଣାସ୍ଥଳରୁ ବ୍ୟବହୃତ ଛୁରୀ,ଫାସ, କୁରାଢ଼ୀ ଆଦି ଅସ୍ତ୍ର ଶସ୍ତ କୁ ମଧ୍ୟ ଜବତ କରିଥିଲେ।

ବିଭାଗ ହାତରେ ଧରା ପଡିଥିବା ସମସ୍ତ ୫ଜଣ ଅଭିଯୁକ୍ତ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ଦୁଆରଶୁଣୀ ଗାଁ ର ବୋଲି ସୂଚନା ମିଳିଛି। ଗିରଫ ଶିକାରୀ ମାନେ କନ୍ଦା ବରଡ଼ା (୪୦),କାହ୍ନୁ ଚରଣ ବୁଲିଉଳି (୩୮),ବିଜୟ କୁମାର ବୁଲିଉଳି(୨୭),କମଳା କାନ୍ତ ହୋ (୪୩),ସୋମନାଥ ବୁଲିଉଳି(୨୧) ବୋଲି ଜଣାପଡ଼ିଛି।ଏ ସଂକ୍ରାନ୍ତରେ ସାତକୋଶିଆ ବନ୍ୟପ୍ରାଣୀ ବିଭାଗ କେଶ ନମ୍ବର ୧୨/୨୦୨୪ ଅନୁଯାୟୀ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରହି ଥିବାର ପ୍ରକାଶ ।

Leave A Reply

Your email address will not be published.