ମହାରାଷ୍ଟ୍ରର ଗଢ଼ଚିରୋଲି ଜିଲ୍ଲାରେ ପୁଲିସର ଏନକାଉଣ୍ଟର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମହାରାଷ୍ଟ୍ରର ଗଢ଼ଚିରୋଲି ଜିଲ୍ଲାରେ ପୁଲିସର ଏନକାଉଣ୍ଟରର। ଏନକାଉଣ୍ଟରରେ ପୋଲସକୁ ମଳିଛି ବଡ ସଫଳତା । ଗଡ଼ଚିରୋଲି ପୋଲିସର ସି -60 କମାଣ୍ଡୋଙ୍କ ଗୁଳିରେ 4ଜଣ ନକ୍ସଲ ନିପାତ ହୋଇଥିବା ସୂଚନା ରହିଛି । ତେବେ ନିପାତ ହୋଇଥିବା ସମସ୍ତେ ତେଲେଙ୍ଗାନା ରାଜ୍ୟ କମିଟିର ମାଓବାଦୀ ଅଟନ୍ତି । ସୂଚନା ଅନୁସାରେ,  ନିପାତ ହୋଇଥିବା 4ଜଣ ନକ୍ସଲଙ୍କ ମଧ୍ୟରୁ 2ଜଣଙ୍କ ଉପରେ 36 ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ ମହାରାଷ୍ଟ୍ର ସରକାର ।

ସୂଚନା ଅନୁସାରେ, ଆଗାମୀ ଲୋକସଭା ନିର୍ବାଚନରେ ହମଲା କରିବା ଉଦ୍ଦେଶ୍ୟରେ ତେଲଙ୍ଗାନାରୁ କିଛି ନକ୍ସଲମାନେ ଗଢ଼ଚିରୋଲିରେ ପ୍ରବେଶ କରିଥିଲେ। ଏନେଇ ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଥିଲା। ୬୦ ଜଣ କମାଣ୍ଡ, ଗଢ଼ଚିରୋଲିର ଏକ ସ୍ୱତନ୍ତ୍ର ୟୁନିଟ୍ ଏବଂ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସର କୁଇକ୍ ଆକ୍ସନ୍ ଟିମକୁ ସେଠାକୁ ପଠାଯାଇଥିଲା।ଆଜି ସକାଳେ ରେପାନପାଲୀ ନିକଟ କୋଲାମାର୍କା ପର୍ବତରେ କମାଣ୍ଡ ଟିମ୍ ଖୋଜାଖୋଜି କରୁଥିବାବେଳେ ନକ୍ସଲମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ।

ଏହାପରେ କମାଣ୍ଡମାନଙ୍କ ପାଲଟା ଗୁଳିମାଡ଼ରେ ଚାରି ଜଣ ନକ୍ସଲ ନିପାତ ହୋଇଛନ୍ତି।। ଗୁଳିବିନିମୟ ଥମିବା ପରେ ସେଠାରୁ ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି। ମୃତ ନକ୍ସଲମାନେ ଭର୍ଗୀଶ, ମଗ୍ଟୁ, କୁରସଙ୍ଗ ରାଜୁ ଏବଂ କୁଡିମେଟା ଭେଙ୍କଟେଶ ବୋଲି ପୁଲିସ କହିଛି। ସେମାନଙ୍କଠାରୁ AK-୪୭ ବନ୍ଧୁକ, କାର୍ବାଇନ୍, ଦୁଇଟି ପିସ୍ତଲ ସମେତ ଅନ୍ୟାନ୍ୟ ନକ୍ସଲ ସାମଗ୍ରୀ ମଧ୍ୟ ଜବତ ହୋଇଛି।

Leave A Reply

Your email address will not be published.