ଝିଅର ଆତ୍ମହତ୍ୟା ପରେ ଶାଶୁଘରେ ନିଆଁ ଲଗାଇଦେଲେ ବାପଘର ଲୋକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଥାରେ ଅଛି, ଝିଅ ଜନମ ପର ଘରକୁ । ଏନେଇ ବାପା ମାଆ ମଧ୍ୟ ନିଜ ଝିଅର ବାହାଘର ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । ଝିଅ ବାହା ହେବ, ସୁଖ ଶାନ୍ତିରେ ରହିବ ଏଭଳି ଅନେକ ସ୍ନପ୍ନର ସହ ଝିଅର ବାହାଘରରେ କୌଣସି ପ୍ରକାର ଜିନିଷ କମ କରନ୍ତି ନାହିଁ ।

ଠିକ୍ ସେହିପରି କିଛି ସ୍ୱପ୍ନ ଦେଖିଥିଲେ ଅଂଶିକାଙ୍କ ବାପାମାଆ, ହେଲେ ସେହି ସ୍ୱପ୍ନ ଏବେ ଅଧାରେ ହିଁ ରହିଗଲା । ବିବାହର କିଛି ଦିନ ପରେ ଶାଶୁ ଘରେ ଜୀବନ ହାରିଛନ୍ତି ନବବିବାହିତା ।  ଶାଶୁଘରେ ଝିଅ ଆତ୍ମହତ୍ୟା କରିଥିବା ଜାଣିବା ପରେ ବାପଘର ଲୋକ ଘଟାଇଛନ୍ତି ଜଘନ୍ୟ କାଣ୍ଡ। ଉତ୍ତ୍ୟକ୍ତ ହୋଇ ଝିଅର ଶାଶୁଘରେ ନିଆଁ ଲଗାଇ ଦେଇଛନ୍ତି, ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଉଛନ୍ତି ଆଂଶିକା କେଶରୱାନୀ। ତେବେ ସୂଚନା ମୁତାବକ,  ଧୁମଙ୍ଗଞ୍ଜ ଅଞ୍ଚଳର ଅଂଶିକା ଗତ ଫେବୃଆରୀ ମାସରେ ପ୍ରୟାଗରାଜ ମୁଠିଗଞ୍ଜ ପୋଲିସ ଷ୍ଟେସନ ପରିସରରେ ରହୁଥିବା ଅନସୁ କେଶରୱାନୀଙ୍କୁ ବିବାହ କରିଥିଲେ ।

ହେଲେ ଗତ ସୋମବାର (ଫେବୃଆରୀ ୧୮) ରାତିରେ ଅନସୁଙ୍କ ପରିବାର ତାଙ୍କ ପତ୍ନୀ ଅଂଶିକାଙ୍କ ପରିବାରକୁ ଡାକି ସୂଚନା ଦେଇଥିଲେ ଯେ ସେ ଅପରାହ୍ନ 3 ଟାରୁ ତାଙ୍କ ଝିଅ ରୁମର କବାଟ ବନ୍ଦ କରିଦେଇଛି । ଏହା ପରେ ବାପଘର ଲୋକେ ଅଂଶିକାଙ୍କ ଶାଶୁ ଘରେ ପହଞ୍ଚି ଦେଖିବା ବେଳକୁ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ । ଏହା ପରେ ଅଭିଭାବକମାନେ ନିଜ ଝିଅକୁ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ କରି ଉତ୍ତେଜନା ଆରମ୍ଭ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା ।  ଝଗଡ଼ା ବଢିବା ପରେ ବାପଘର ଲୋକେ ଉତ୍ତ୍ୟକ୍ତ ହୋଇ ଶାଶୁଘରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ଶାଶୁ ଓ ଶ୍ୱଶୁର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।

Leave A Reply

Your email address will not be published.