ନାବାଳକ ନିଖୋଜ ବିଶେଷ ସହାୟତା କରିବ ‘ପୋଲିସ ପ୍ରାରମ୍ଭ ଯୋଜନା’, ଡିସିପି ଅଫିସରେ ଉଦଘାଟନ କଲେ ପୋଲିସ ଡିଜି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): କମିଶନରେଟ ପୋଲିସ ପ୍ରାରମ୍ଭ ଯୋଜନା ପାଇଁ ଏକ ନୂତନ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟରେ ଉଦଘାଟିତ ହୋଇଯାଇଛି । ଏହାକୁ ପୁଲିସ ଡି.ଜି ସୁନୀଲ ଵଂଶଲ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।କିଟ ଓ କିସ , ଏସଏନ ଗ୍ରୁପ ପକ୍ଷରୁ ଏଥିପାଇଁ ସହାୟତା ପ୍ରଦାନ କରାଯାଇଛି । ରାଜ୍ୟରେ ଯେଉଁପରି ଭାବରେ ଯୁବକ ଯୁବତୀ ଓ ନାବାଳକ ଓ ନାବାଳିକା ନିଖୋଜ ଘଟଣା ସମସ୍ତଙ୍କୁ ଘାରିଛି । ନାବାଳିକାଙ୍କ କ୍ଷେତ୍ରରେ ଏ ସଂଖ୍ୟା ବହୁତ ଦେଖା ଦେଇଥାଏ । କିନ୍ତୁ ଏହି ପ୍ରାରମ୍ଭ ଆରମ୍ଭ ହେଲା ପରେ ଅକ୍ଟୋବର ୨୦୨୧ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ୧୮୦ ଟି କେଶ ସାମ୍ନାକୁ ଆସିଥିଲା। ପୁରୁଣା କେଶ ସହିତ ୨୪୩ଟି କେଶ ସମାଧାନ ହୋଇଛି ।

ଯେଉଁମାନେ ନିଖୋଜ ହେଉଛନ୍ତି ସେମାନଙ୍କର ଉପଯୁକ୍ତ କାଉନସେଲିଂ ହେବା ଆବଶ୍ୟକ। । ଏହି ପଦକ୍ଷେପ ଯେଉପରି ଭାବରେ ଆଗେଇ ନିଆଯିବ ସେଇଟା ମୂଳ ଲକ୍ଷ୍ୟ। କେଵଳ ପୁଲିସ ସ୍ତରରେ ନୁହେଁ ସାମାଜିକ ସ୍ତରରେ କିପରି ଏହାର ସମାଧାନ ହେଇପାରିବ ତାହା ସମସ୍ତଙ୍କ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଏହି ଅବସରରେ କୀଟ ଓ କିସ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.