ବାଂଲାଦେଶରେ ରାଜନୈତିକ ଅସ୍ଥିରତା କିନ୍ତୁ କେନ୍ଦ୍ରାପଡାରେ ଭୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଂଲାଦେଶରେ ରାଜନୈତିକ ଅସ୍ଥିରତା କିନ୍ତୁ କେନ୍ଦ୍ରାପଡାରେ ଭୟ | କେନ୍ଦ୍ରାପଡା ଜିଲାରେ ଥିବା ୪୮ କିଲୋମିଟର ତଟରେଖା ବାଟ ଦେଇ ବାଂଲା ଅନୁପ୍ରବେଶକାରୀ ଭାରତ ସୀମା ଭିତରକୁ ପଶି ଆସିବାର ଆଶଙ୍କା କରାଯାଉଛି | ସାମୁଦ୍ରିକ ଥାନାରେ ଭିତ୍ତିଭୂମିର ଅଭାବ ସୀମା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଅଶାନ୍ତ ବାଂଲାଦେଶ, ଭୟଭୀତ କେନ୍ଦ୍ରାପଡା ଉପକୁଳ ବାସୀ | ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ କ୍ଷମତା ପରିବର୍ତ୍ତନ ପରେ କେନ୍ଦ୍ରାପଡ଼ା ସମୁଦ୍ର ସୀମା ଦେଇ ଅନୁପ୍ରବେଶ ହେବାର ଆଶଙ୍କା ସୃଷ୍ଟି ହୋଇଛି | କେନ୍ଦ୍ରାପଡା ଜିଲାର ୪୮ କିମି ସମୁଦ୍ର ସୀମା ଦେଇ ଅନୁପ୍ରବେଶ ହେବାର ସମ୍ଭାବନା ରହିଛି |

ତେଣୁ ଉପକୁଳ ବାସିନ୍ଦାଙ୍କ ଭିତର ଛନକା ପଶିଛି | କେନ୍ଦ୍ରାପଡା ଜଳ ପଥରେ ବାଂଲାଦେଶ ୭ଶହ ରୁ ହଜାରେ କିମି ହେବ ବୋଲି ସ୍ଥାନୀୟ ମତ୍ସ୍ୟଜିବୀ କହିଛନ୍ତି | ତେବେ ଜଳପଥରେ ହିଁ ଅନୁପ୍ରବେଶ କରିବା ଅପେକ୍ଷାକୃତ ସହଜ ଓ ନିରାପଦ ବୋଲି ଅଭିଯୋଗ ହୋଇଆସୁଛି | ହଜାର ହଜାର ମତ୍ସ୍ୟଜୀବୀ ବୋଟ୍ ନେଇ ମାଛ ମାରିବା ପାଇଁ ଯାଉଥିବା ବେଳେ ଅନେକ୍ ବେନାମୀ ବୋଟ ମଧ୍ଯ ସମୁଦ୍ର ଭିତରେ ମାଛ ମାରୁଥିବା ଅଭିଯୋଗ ହୋଇଛି | ତେବେ ମଝି ସମୁଦ୍ରରେ ଅନୁପ୍ରବେଶକାରୀଙ୍କ ବୋଟ୍ ବଦଳ ହେଉଥିବା ଅନୁମାନ କରାଯାଉଛି | ଏଥିରେ ସ୍ଥାନୀୟ ଏଜେନ୍ସି ସକ୍ରିୟ ଥିବା ନେଇ ପ୍ରଶ୍ନ ଉଠିଛି | କେନ୍ଦ୍ରାପଡା ରେ ସମୁଦ୍ର ସୀମା ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ରହିଚି | ସୀମା ସୁରକ୍ଷା ପାଇଁ ମହାକାଳପଡ଼ା ବ୍ଲକ୍ ର ଜମ୍ବୁ ଓ ତନ୍ତିଆପାଳ ରେ ଦୁଇଟି ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଥିବାବେଳେ ରାଜନଗର ବ୍ଲକର ତାଳଚୁଆ ରେ ରହିଛି ଗୋଟିଏ ଥାନା |

ପ୍ରତି ଥାନାରେ ୮୧ ଜଣ କର୍ମଚାରୀ ରହିବାର ନିୟମ ରହିଛି | ୩ ଗୋଟି ଥାନାରେ ମୋଟ ୨୪୩ କର୍ମଚାରୀ ରହିବା ଜାଗାରେ ଅଛନ୍ତି ୫୧ କର୍ମଚାରୀ | ସେହିପରି ସାମୁଦ୍ରିକ ଥାନାର ଦୁର୍ବଳ ଭିତ୍ତିଭୂମି ମଧ୍ଯ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |ସେହିପରି ଜମ୍ବୁ ଥାନାରେ ୮୧ ଜାଗାରେ ୨୧ କର୍ମଚାରୀ ରହିଥିବା ବେଳେ ତାଳଚୁଆ ମେରାଇନ ଥାନାରେ ୮୧ରୁ ୧୯ ଓ ତନ୍ତିଆପାଳ ଥାନାରେ ୮୧ରୁ ୧୪ ଜଣ କର୍ମଚାରୀ ଥିବା ଜଣାପଡ଼ିଛି | ମେରାଇନ ଥାନାର ଦୁର୍ବଳ ଭିତ୍ତିଭୂମି ନେଇ କେହି ମୁହଁ ସୁଦ୍ଧା ଖୋଲିବାକୁ ରାଜି ନାହଁନ୍ତି |

Leave A Reply

Your email address will not be published.