ଅକ୍ଟୋବର ୨ରେ ନୂଆ ପାର୍ଟି ଘୋଷଣା କରିବେ ପ୍ରଶାନ୍ତ କିଶୋର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସକ୍ରିୟ ରାଜନୀତିରେ ପାଦ ଥାପିବେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ଗଠନ କରିବେ ନୂଆ ଦଳ । ୧୧ ମାସ ଧରି ବିହାରର ଗାଁ ଗାଁ ବୁଲି ପଦଯାତ୍ରା କରୁଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସକ୍ରିୟ ରାଜନୀତିରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ୨ ରେ ପିକେ ସୀତାମାଢିରୁ ତାଙ୍କ ନୂଆ ପାର୍ଟି ଘୋଷଣା କରିପାରନ୍ତି। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଦଳର ନାମ ଏବଂ ଚିହ୍ନ ଉପରେ ଆଲୋଚନା ଶେଷ ପର୍ୟ୍ୟାୟରେ ଅଛି। ପିକେ ଉତ୍ତର ବିହାରରେ ମୋତିହାରୀ, ବେତିୟା, ଗୋପାଳଗଞ୍ଜ, ବାଲ୍ମୀକିକିନଗର, ସିୱାନ, ସାରଣ, ମହାରାଜଗଞ୍ଜ, ଶିବହାର, ବୈଶାଳୀ, ଦରଭଙ୍ଗା, ମଧୁବାନି, ସୀତାମାଢି, ସାମସ୍ତିପୁର, ଉଜିଆରପୁର ଏବଂ ମୁଜାଫରପୁର ସମେତ ୨୦ଟି ଲୋକସଭା ଆସନ ଉପରେ ନଜର ରଖିଛନ୍ତି।

୨ ଅକ୍ଟୋବର ୨୦୨୨ରେ, ପ୍ରଶାନ୍ତ କିଶୋର ଚମ୍ପାରଣରୁ ପଦଯାତ୍ରା ଆରମ୍ଭ କରିଥିଲେ। ପ୍ରଶାନ୍ତ କିଶୋରଙ୍କ ଟିମର ଜଣେ ପ୍ରମୁଖ ସଦସ୍ୟ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ନୂତନ ଦଳରେ ପ୍ରଶାନ୍ତ କିଶୋରଙ୍କ ଭୂମିକା ଜଣେ ମେଣ୍ଟର ଭାବେ ରହିବ ହେବ। ଦଳର ଦାୟିତ୍ୱ ଅନ୍ୟ ଜଣକୁ ଦିଆଯିବ ।

Leave A Reply

Your email address will not be published.