ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହିନ୍ଦୁପକ୍ଷଙ୍କୁ କୋର୍ଟଙ୍କ ଅନୁମତି ପରେ ଜ୍ଞାନବ୍ୟାପୀ ମସଜିଦରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । 1993 ପର୍ଯ୍ୟନ୍ତ ନନ୍ଦୀ ମହାରାଜଙ୍କ ସମ୍ମୁଖରେ ବ୍ୟାସ ଜୀ କା ତେହଖାନରେ ଅନୁଷ୍ଠିତ ହେଉଥିବା ପୂଜାର୍ଚ୍ଚନା ୩୧ ବର୍ଷ ପରେ ପୁଣି ଆରମ୍ଭ ହୋଇଛି ।ବାରଣାସୀ କୋର୍ଟ ହିନ୍ଦୁପକ୍ଷ ଆବେଦନର ଶୁଣାଣି କରି ବ୍ୟାସ୍ ତହଖାନାରେ ପୂଜା-ପାଠ ଅଧିକାର ଦେଇଛନ୍ତି । ଏହାପରେ ଫେବ୍ରୁଆରୀ ୧ ତାରିଖ ବିଳମ୍ବିତ ରାତିରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପ୍ରାୟ ୩୧ ବର୍ଷ ପରେ ଜ୍ଞାନବ୍ୟାପୀ ପରିସରରେ ଦୀପ ଜଳିଛି । ସକାଳୁ ସକାଳୁ ମଧ୍ୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପୂଜା ପାଇଁ ଜ୍ଞାନବ୍ୟାପୀ ବ୍ୟାସ୍ ତହଖାନାରେ ପହଞ୍ଚିଛନ୍ତି । ଏହି ମାମଲାରେ ଜିଏମ କହିଛନ୍ତି, ଜିଲ୍ଲା କୋର୍ଟଙ୍କ ଆଦେଶକୁ ଅନୁପାଳନ କରାଯାଇଛି ।
ଗତକାଲି(ବୁଧବାର) ବାରାଣାସୀ କୋର୍ଟ ହିନ୍ଦୁପକ୍ଷଙ୍କୁ ଜ୍ଞାନବ୍ୟାପୀ ମସଜିଦ ପରିସରରେ ପୂଜାର୍ଚ୍ଚନା କରିବା ପାଇଁ ହିନ୍ଦୁପକ୍ଷଙ୍କୁ ଅନୁମତି ଦେଇଥିଲେ । ଶୈଳେନ୍ଦ୍ର କୁମାର ପାଠକଙ୍କ ଆବେଦନରେ ଏହି ଶୁଣାଣି କରିଥିଲେ କୋର୍ଟ । ମସଜିଦର ଉତ୍ତର ଭାଗରେ ଥିବା ‘ବ୍ୟାସଜୀ କା ତେହଖାନ’ ରେ ପୂଜା ପାଇଁ ଅନୁମତି ମିଳିଥିଲା । ସ୍ଥାନୀୟ ପ୍ରଶାସନ ପୂଜାର୍ଚ୍ଚନା ପାଇଁ ସମସ୍ତ ବ୍ୟବସ୍ଥା କରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କାଶୀ ବିଶ୍ବନାଥ ମନ୍ଦିର ଟ୍ରଷ୍ଟ ଦ୍ବାରା ଚୟନ ପୂଜାରୀ କିମ୍ବା ସେବାୟତ ପୂଜକ ଭାବେ ନିଯୁକ୍ତ ହେବେ ବୋଲି କୁହାଯାଇଥିଲା ।
ବୁଧବାର, ଜ୍ଞାନବ୍ୟାପୀ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ ବାରଣାସୀ କୋର୍ଟ। ହିନ୍ଦୁ ପକ୍ଷଙ୍କୁ ପୂଜା କରିବା ପାଇଁ ଅଧିକାର ମିଳିଛି । ବ୍ୟାସ୍ ତହଖାନା ହିନ୍ଦୁ ପକ୍ଷମାନେ ପୂଜା କରିପାରିବେ ବୋଲି କୋର୍ଟ କହିଛନ୍ତି। ୭ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜେନା କହିଥିଲେ, ତହଖାନାରେ ପୂଜାପାଠ ପାଇଁ ଅନୁମତି ଦିଆଯାଇଛି। ହିନ୍ଦୁ ପକ୍ଷ ତଳ ମହଲାରେ ପୂଜା କରିବା ପାଇଁ ଅନୁମତି ମାଗିଥିଲେ। ସୋମନାଥ ଭାୟାସଙ୍କ ପରିବାର ୧୯୯୩ ପର୍ଯ୍ୟନ୍ତ ତଳ ମହଲାରେ ପୂଜା କରୁଥିଲେ। ୧୯୯୩ ପରେ ତତ୍କାଳୀନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ତଳ ମହଲାରେ ପୂଜା ବନ୍ଦ ହୋଇଯାଇଥିଲା। ଜାନୁଆରୀ ୧୭ରେ ବ୍ୟାସ ତହଖାନାକୁ ଜିଲ୍ଲା ପ୍ରଶାସନ ହସ୍ତାନ୍ତର କରିଥିଲା।