ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ।  ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଯାଉଛି ମେଟ୍ରିକ ପରୀକ୍ଷା | ଏଥିଲାଗି ସୋମବାରଠାରୁ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ୭ ଜିଲ୍ଲାକୁ ପଠାଯାଇଛି।

କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, କୋରାପୁଟ, ନୂଆପଡ଼ା ଏବଂ ବରଗଡ଼ ଜିଲ୍ଲାକୁ ଏହି ପ୍ରଶ୍ନପତ୍ର ପଠାଯାଇଛି। ଆଗକୁ୍ ମାଟ୍ରିକ ପରୀକ୍ଷା ଆସୁଥିବାରୁ ବ୍ଲକ୍ ଓ ଜିଲ୍ଲାସ୍ତରରେ ମଧ୍ୟ ଶିକ୍ଷାଧିକାରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି ।  ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ, ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ବୋର୍ଡ ଷ୍ଟ୍ରଙ୍ଗ୍‌ ରୁମ୍‌ରୁ ପ୍ରଶ୍ନପତ୍ରଗୁଡ଼ିକୁ ଟ୍ରକ୍‌ରେ କଡ଼ା ସୁରକ୍ଷା ବଳୟରେ ପଠାଯାଇଛି । ପ୍ରଶ୍ନପତ୍ର ସୁରକ୍ଷା ପାଇଁ ପୁଲିସ୍‌ ଟିମ୍‌ ସହ ବୋର୍ଡ କର୍ମଚାରୀମାନେ ରହିଛନ୍ତି ।

ତେବେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୭ଟି ଯାକ ଜିଲ୍ଲାର ନୋଡାଲ୍‌ ସେଣ୍ଟରଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚିଯିବ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି । ନୋଡାଲ୍‌ ସେଣ୍ଟରରେ ସୁପରିଟେଣ୍ଡେଣ୍ଟ୍‌ମାନେ ପର୍ଯ୍ୟବେକ୍ଷକ ଓ ପୁଲିସ୍‌ ଉପସ୍ଥିତିରେ ପ୍ରଶ୍ନପତ୍ର ପ୍ୟାକେଟ୍‌ଗୁଡ଼ିକୁ ଗ୍ରହଣ କରିବେ । ନୋଡାଲ୍‌ ସେଣ୍ଟରରେ ପ୍ରଶ୍ନପତ୍ର ସୁରକ୍ଷିତ ଅଛି କି ନାହିଁ ତାହା ଜିଲ୍ଲା ଶିକ୍ଷାଧିକାରୀମାନେ ତଦାରଖ କରି ବୋର୍ଡ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବେ। ତେବେ ଶନିବାର ସୁଦ୍ଧା ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ନୋଡାଲ୍‌ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

 

Leave A Reply

Your email address will not be published.