ରାଜ୍ୟସଭା ଟିକେଟ ମିଳିବା ‌ପରେ ପ୍ରତିକ୍ରିୟା ରଖିଲେ ଦେବାଶିଷ ସାମନ୍ତରାୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟସଭା ଟିକେଟ ମିଳିବା ‌ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ବିଧାନସଭାରୁ ରାଜ୍ୟସଭାକୁ ଯିବା ମୋ ପାଇଁ ପ୍ରମୋସନ। ‘ନବୀନ ବାବୁ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତି । ରାଜ୍ୟସଭା ଭଳି ବାରଵାଟୀ କଟକ ଆସନ ପାଇଁ ପ୍ରାର୍ଥୀ ନିଷ୍ପତ୍ତି ବି ଚମତ୍କାର ହେବ । ‘ଦଳର ଆଭିମୁଖ୍ୟ ଓ ରାଜ୍ୟର ସ୍ୱାର୍ଥକୁ ଦିଲ୍ଲୀରେ ଉପସ୍ଥାପନ କରିବି । ବାରବାଟୀ କଟକରେ ଵିଜେଡି ପ୍ରାର୍ଥୀ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଦେବ ।

ସେ ଆହୁରି କହିଛନ୍ତି, ମୁଁ ରାଜ୍ୟସଭା ଗଲେ ଆଗକୁ ଏହି ଆସନ ବିଜୁ ଜନତା ଦଳର ଗଡ଼ ହୋଇ ରହିବ। କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ ସରପ୍ରାଇଜ ଦେବେ। କଟକ ମୋ ଘର, ଲୋକ ଆଗରୁ ମୁଁ ବିଧାୟକ ଭାବେ ଲୋକଙ୍କ ସହ ଯୋଡ଼ି ହୋଇ ଥିଲି ଏବେ ସାଂସଦ ଭାବେ ମଧ୍ୟ ସେମାନଙ୍କ ସହ ରହିବି। ରାଜ୍ୟ ପ୍ରତି କେନ୍ଦ୍ର ଅବହେଳା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୋର ଆଭିମୁଖ୍ୟ ରାଜ୍ୟସଭାରେ ରହିବ। ମୋ ଉପରେ ଭରସା କରି ଗୁରୁ ଦାୟିତ୍ୱ ଦେଇ ଦିଲ୍ଲୀ ପଠାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି।

ରାଜ୍ୟସଭାକୁ ନିର୍ବାଚିତ ହେଲେ ସେ ଦିଲ୍ଲୀରେ ଦଳର ଆଭିମୁଖ୍ୟ ଓ ରାଜ୍ୟର ସ୍ବାର୍ଥକୁ ଉପସ୍ଥାପନ କରିବେ ଵୋଲି କହିଛନ୍ତି ଦେବାଶିଷ । କହିବାକୁ ଗଲେ ଓଡ଼ିଶାରୁ ୩ଟି ରାଜ୍ୟସଭା ଆସନ ଖାଲି ହେଉଛି । ସାଂସଦ ଅମର ପଟ୍ଟନାୟକ, ଅଶ୍ୱିନୀ ବୈଷ୍ଣବ ଓ ପ୍ରଶାନ୍ତ ନନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲରେ ସରୁଛି । ଖାଲି ୩ ଆସନ ପାଇଁ ଆସନ୍ତା ୨୭ରେ ଭୋଟ ହେବ ।

Leave A Reply

Your email address will not be published.