ବନ୍ଧାହେଲେ ରସିକିଆ କନିଷ୍ଠଯନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜଣେ କି ଦୁଇଜଣ ନୁହଁନ୍ତି; ୪ ଜଣ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ଏବଂ ବ‌ିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ଜଣେ ରସିକିଆ ଯନ୍ତ୍ରୀ। ହେଲେ ଶେଷରେ ଚୋରାପୀରତି ଏବେ ପଦାରେ ପଡ଼ିଛି।

ପ୍ରତାରିତ ୨ ଯୁବତୀ ବାରିପଦା ଟାଉନ୍‌ ଥାନାରେ ଏତଲା ଦେବା ପରେ ପୁଲିସ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଗିରଫ କରିଛି। ଅଭିଯୋଗକାରୀ ଯୁବତୀଙ୍କ ଡାକ୍ତରୀ ମାଇନା କରାଇଛି ପୋଲିସ। ଶନିବାର ଗିରଫ ଯନ୍ତ୍ରୀଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଗିରଫ ଯନ୍ତ୍ରୀ ଜଣକ ହେଉଛନ୍ତି; ଶୁକୁରା ସିଂ । ଘର ବାରିପଦା ସଦର ଥାନା ଅଞ୍ଚଳରେ ହୋଇଥିବା ବେଳେ ରାଇରଙ୍ଗପୁର ଜଳସେଚନ ବିଭାଗରେ ସେ କାର୍ଯ୍ୟରତ ଅଛନ୍ତି। ମିଳିଥିବା ସୁଚାନା ଅନଯାୟୀ ଶ୍ରୀ ସିଂ ସୋସିଆଲ ମିଡିଆରୁ ଯୁବତୀମାନଙ୍କ ସହ ସମ୍ପର୍କ ସ୍ଥାପନ କରୁଥିଲେ। କୌଶଳକ୍ରମେ ମୋବାଇଲ୍‌ ନମ୍ବର ହାସଲ କରି କିଛିଦିନ କଥା ହେବା ପରେ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲେ।

କେବଳ ସେତିକି ନୁହେଁ, ବିଭିନ୍ନ ବାହାନା କରି ସେମାନଙ୍କ ପାଖରୁ ଟଙ୍କା ମଧ୍ୟ ଝଡ଼ାଉଥିଲେ ବୋଲି ଅଭିଯୋଗ ହୋଇଛି । ତେବେ ଶ୍ରୀ ସିଂ’ଙ୍କ ଏହି କଳାକାରାନାମା ବେଶି ଦିନ ଲୁଚି ରହି ନଥିଲା। ନିକଟରେ ସେ ଏକାଥରେ ୪ ଜଣ ଯୁବତୀଙ୍କ ସହ ଫୋନ୍‌ କନ୍‌ଫେରନ୍ସିଂରେ କଥା ହେଉଥିବା ବେଳେ ୨ ଜଣ ଯୁବତୀ ଚାଲାକି ଜାଣି ପାରି ବାରିପଦା ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ରସିକିଆ ଯନ୍ତ୍ରୀ ଙ୍କୁ ବାନ୍ଧି କୋର୍ଟ ଫରଓ୍ବାଡ କରିଛି ।

Leave A Reply

Your email address will not be published.