ମା ଦୁର୍ଗା ଙ୍କ ପୂଜା ପୂର୍ବ ର ପ୍ରସ୍ତୁତି

0

ଓଡ଼ିଆ ନ୍ୟୁଜ, କଟକ: ଆମ ରାଜ୍ୟର ଏକ ଏଭଳି ଅନନ୍ୟ ପୂଜା ମଣ୍ଡପ ଅଛି। ଯେଉଁଠି ମାଆ ଦୁର୍ଗା ମହିଷାମର୍ଦ୍ଦିନୀ ରୂପରେ ନୁହେଁ। ବରଂ ମାଆ ଏଠାରେ କାହିଁ କେଉଁ କାଳରୁ ବିଂଶଭୁଜା ବିଶ୍ଵରୂପା ବେଶରେ ଦର୍ଶନ ଦିଅନ୍ତି । ବିଂଶ ହସ୍ତରେ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଧାରଣ କରି ମାଆ ଏଠାରେ ବିଶ୍ଵରୂପା ଶକ୍ତି ସ୍ୱରୂପିଣୀ ଭାବରେ ଦର୍ଶନ ଦିଅନ୍ତି ଭକ୍ତମାନଙ୍କୁ। ମାଆଙ୍କର ଏଭଳି ବେଶ ଦର୍ଶନ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନଙ୍କ ଭିଡ଼ ହୁଏ। ପାଖାପାଖି ୨୦ ଫୁଟ ଉଚ୍ଚତା ବିଶିଷ୍ଟ ମାଆଙ୍କର ମୃଣୟୀ ମୂର୍ତ୍ତିରେ ଏବେ ଚୂଡାନ୍ତ ପର୍ଯାୟର କାର୍ଯ୍ୟ ଚାଲିଛି।

ମାଆଙ୍କର ଏହି ଅନନ୍ୟ ପୀଠରେ କିଭଳି ପ୍ରସ୍ତୁତ ରହିଛି ଚାଲନ୍ତୁ ଦେଖିବା।କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ବଡ଼କ୍ଷୀରି ଗ୍ରାମର ବରଧାରୀ ପୀଠରେ ମାଆ ଦର୍ଶନ ଦିଅନ୍ତି ବିଂଶଭୁଜା ରୂପରେ । ଏବେ ଖଡ଼ି ରଙ୍ଗ ପରେ ସପୂର୍ଣ ରଙ୍ଗ କାର୍ଯ୍ୟ ଚାଲିଛି। ମାଆଙ୍କ ମୃଣ୍ମୟୀ ମୃତ୍ତି ସମେତ ପାର୍ଶ୍ଵ ଦେବଦେବୀଙ୍କର ମଧ୍ୟ ରଙ୍ଗ କାମ ଚାଲିଛି। କାରିଗରମାନେ ଦିନରାତି ଏକ କରି ସଠିକ ସମୟରେ କାର୍ଯ୍ୟ ସରିବା ପାଇଁ ଲାଗିପଡିଛନ୍ତି। ଏପଟେ ମାଆଙ୍କର ଅଳଙ୍କାର ମଧ୍ୟ ଖଞ୍ଜା ଚାଲିଛି। ଏଠାରେ ମହିଷାସୁର ନଥାଏ କି ମାଆଙ୍କ ମୁଖା ଉଗ୍ରମୁଖା ନୁହେଁ। କାରଣ ବିଶ୍ୱଂଭୁଜା ବିଶ୍ଵରୂପା ଭାବରେ ମାଆ ଏଠି ବତ୍ସଲ୍ୟମୟୀ ଭାବରେ ଦର୍ଶନ ଦିଅନ୍ତି ଭକ୍ତ ମାନଙ୍କୁ।କିମ୍ବଦନ୍ତୀ କହେ କାହିଁ କେଉଁ କାଳରେ ଏହି ଅଞ୍ଚଳରେ ହଇଜା ମହାମାରୀ ବ୍ୟାପିଥିଲା। ଧୁଳିଆ ବାବାଜୀ ବୋଲି ଜଣେ ସାଧୁ କେଉଁଆଡ଼ୁ ଆସି ଏହି ଜାଗାରେ ମାଆଙ୍କୁ ଅଞ୍ଚଳର କଲ୍ୟାଣ ଓ ଆରୋଗ୍ୟ ପାଇଁ ପୁଜାର୍ଚ୍ଚନା କରିଥିଲେ। ମାଆ ତାଙ୍କ ଭକ୍ତିରେ ପ୍ରୀତ ହୋଇ ତାଙ୍କୁ ବିଂଶଭୁଜା ଭାବରେ ଦର୍ଶନ ଦେଇଥିଲେ।

ସେହିଦିନ ଠାରୁ ସେ ଏଠାରେ ମାଆଙ୍କୁ ବିଂଶଭୁଜା ସ୍ଥପନା କରି ପୂଜାର୍ଚ୍ଚନା କରିଥିଲେ। ସେହିଦିନଠାରୁ ମାଆ ଏଠାରେ ବିଂଶଭୁଜା ଭାବରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଅନ୍ୟପଟେ ରାଜ୍ୟର ବହୁ କୋଣଅନୁକୋଣରୁ ଲକ୍ଷାଧିକ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ସହ ମିଳିତ ଭାବେ ସମସ୍ତ ବନ୍ଦୋବସ୍ତ ଭକ୍ତ ମାନଙ୍କ ପାଇଁ କରାଯାଇଥିବା କହିଛନ୍ତି ଆୟୋଜକ
କଟକ ଜିଲ୍ଲା ରୁ ଶିଶୁ କୃଷ୍ଣ ନନ୍ଦଙ୍କ ରିପୋଟ ଓଡିଆ ନିଉଜ ।

Leave A Reply

Your email address will not be published.