ଜାଗା ବାଡ଼ିକୁ କେନ୍ଦ୍ର କରି ମାରପିଟ୍

0

ଓଡ଼ିଆ ନ୍ୟୁଜ,ବାଲେଶ୍ଵର: ଜାଗା ବାଡ଼ିକୁ କେନ୍ଦ୍ର କରି ମାରପିଟ୍ ଗୋଣ୍ଡଗୋଳ ଜଣେ ଗୁରୁତର। ସୂଚନାରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅର୍ନ୍ତଗତ ବିଦ୍ୟାଧରପୁର ଗ୍ରାମରେ ସେକ୍ ସିଦ୍ଦିକ ଜଣେ ଅତି ଦରିଦ୍ର ହୋଇ ରିକ୍ସା ଚଳାଇ ନିଜର ପରିବାର ପ୍ରତିପୋଷଣ କରନ୍ତି।ତାଙ୍କର କୌଣସି ଜାଗା ଜମି ନ ଥିବାରୁ ସରକାର ତାଙ୍କୁ ୪ ଡ଼ିସିମିଲ ର ପଟ୍ଟା ଦେଇଛନ୍ତି ସେ ସେହି ଜାଗାରେ ପଲିଥିନ ଘେରି ରହୁଥିଲେ।

ସେହି ଗ୍ରାମର ରୀଆଜ ଖାଁ,ରହେମାତ ଖାଁ, ରହେପାତ୍ ଖାଁ,ସେକ ଗଫୁର,ସେକ ରାଜୁ ଉଦ୍ଦିନ, ମିନା ବିବି, ଯୋବେଦା ବିବି ଆଦି ସମସ୍ତେ ମିଳିମିଶି ଆଜି ସକାଳ ୭ଘ ସମୟରେ ସେକ ସିଦ୍ଦିକି ଙ୍କ ଘରେ ଅତର୍କିତ ଭାବେ ଆକ୍ରମଣ କରି ତାଙ୍କର ଘର ଭାଙ୍ଗି ଦେବା ସହିତ ସେକ ସିଦ୍ଦିକିଙ୍କ ଜ୍ବାଇଁ ସେକ ରହିମଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଛନ୍ତି।

ସେକ ସିଦ୍ଦିକି କାହିଁକି ତାଙ୍କ ଉପରେ କେଶ୍ କରିଛନ୍ତି ଏବଂ ସେ କେଶ୍ ଉଠାଇବା ପାଇଁ ସେକ ସିଦ୍ଦିକଙ୍କୁ କହିବାରୁ ସେକ ସିଦ୍ଦିକ ସେଥିରେ ରାଜି ନ ହେବାରୁ ତାଙ୍କ ପରିବାର ଉପରେ ଏପରି ଆକ୍ରମଣ ହୋଇଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।  ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ବସ୍ତା ହସ୍ପିଟାଲ କୁ ସ୍ଥାନାନ୍ତର କରିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.