ଓଡ଼ିଆ ନ୍ୟୁଜ, କେନ୍ଦ୍ରାପଡ଼ା, : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ “ବିଶ୍ୱ ଆୟୋଡିନ୍ ଅଭାବ ବ୍ୟାଧି ନିରାକରଣ ସପ୍ତାହ” ପାଳନ ଆରମ୍ଭ ହୋଇଛି । ପୁରୁଣା ଡାକ୍ତରଖାନାସ୍ଥିତ ସଭାଗୃହରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିମାନେ ସୁସ୍ଥ ଶରୀର ଗଠନରେ ଆୟୋଡିନ୍ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ ଏହାର ବ୍ୟାପକ ସଚେତନତା ସୃଷ୍ଟି ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ ।
ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ବର୍ଷ ଅକ୍ଟୋବର୍ ମାସ ୨୧ ତାରିଖରେ ବିଶ୍ୱ ଆୟୋଡିନ୍ ଅଭାବ ଦିବସ ପାଳନ କରାଯାଉଥିବା ବେଳେ ଆଜିଠୁ ଆରମ୍ଭ ହୋଇଛି “ବିଶ୍ୱ ଆୟୋଡିନ୍ ଅଭାବ ବ୍ୟାଧି ନିରାକରଣ ସପ୍ତାହ ।” ଚଳିତବର୍ଷର ଥିମ୍ ରହିଛି “ଆୟୋଡିନ୍ ସହ ସ୍ୱାସ୍ଥ୍ୟ ପ୍ରତିପୋଷଣ: ସମସ୍ତେ ଅଭାବ ରୋକିବା ।” Nurturing Health with Iodine: Deficiency Prevention for All
କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଅନୀତା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ମୀର୍ଜା ବାବର୍ ବେଗ୍, ଜିଲ୍ଲା ଚିକିତ୍ସାଧିକାରୀ ତଥା ସୁପରିଟେଣ୍ଡେଂଟ୍ ଡା ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଲେପ୍ରୋସି) ଡା ପ୍ରଦୀପ କୁମାର ଦାସ, ଜିଲ୍ଲା ପ୍ରୋଗ୍ରାମ୍ ମ୍ୟାନେଜର୍ ଗୀତାଞ୍ଜଳୀ ଦାସ, ରାଜନଗରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା ରଶ୍ମିରଞ୍ଜନ ମହାନ୍ତି, ପାଟକୁରାର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା ନିରଞ୍ଜନ କର, ପ୍ରିନ୍ସିପାଲ୍ ଟ୍ୟୁଟର୍ ଭାରତୀ ସ୍ୱାଇଁ, ଜିଲ୍ଲାର ସମସ୍ତ ପ୍ରୋଗ୍ରାମ୍ ମ୍ୟାନେଜର୍, ପିଏଚ୍ଇଓ ଓ ଆକାଉଟାଂଟ୍ । କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶାନ୍ତିଲତା ଚାନ୍ଦ ।