ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆସନ୍ତା 22ରେ ସମ୍ବଲପୁର ଆସୁଛନ୍ତି ରାଷ୍ଟ୍ରପତି | ନୂଆଁ ଭାରତ ପାଇଁ ନୂଆ ଶିକ୍ଷା କାର୍ଯ୍ୟକ୍ରମ ଏକ ଜାତୀୟସ୍ତର କାର୍ଯ୍ୟକ୍ରମ ହୋଇଥିବା ବେଳେ ରାଷ୍ଟ୍ରପତି ଏହାକୁ ସମ୍ବଲପୁରରୁ ଶୁଭାରମ୍ଭ କରିବେ । ରାଷ୍ଟ୍ରପତି ଝାରସୁଗୁଡା ରାସ୍ତା ଶାସନ ନିକଟସ୍ଥ ପ୍ରଧାନପାଲି ସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ବରୀୟ ବିଦ୍ୟାଳୟର ପାବନ ସରୋବର ଆଶ୍ରମ ପରିସରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ।
ପୂର୍ବାହ୍ନ 9 ଟାରୁ 10 ଟା ଯାଏଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ଅବସରରେ ଜାତୀୟସ୍ତର ନୂଆ ଭାରତ ପାଇଁ ନୂଆ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ରାଷ୍ଟ୍ରପତି l ନୂଆ ଭାରତ ପାଇଁ ନୂଆ ଶିକ୍ଷା କାର୍ଯ୍ୟକ୍ରମ ଏକ ଜାତୀୟସ୍ତର କାର୍ଯ୍ୟକ୍ରମ ହୋଇଥିବା ବେଳେ ରାଷ୍ଟ୍ରପତି ଏହାକୁ ସମ୍ବଲପୁରରୁ ଶୁଭାରମ୍ଭ କରିବେ ।ଏଠାରେ ରାଷ୍ଟ୍ରପତିଙ୍କ ଦ୍ବାରା ବ୍ରହ୍ମକୁମାରୀ ଶିକ୍ଷା ପ୍ରଭା ଦ୍ଵାରା ଆୟୋଜିତ “ନୂଆ ଭାରତ ପାଇଁ ନୂଆ ଶିକ୍ଷା ରାଷ୍ଟ୍ରୀୟ ଅଭିଯାନ”ର ଶୁଭାରମ୍ଭ ହେବ । ଏଠାରେ ପଶ୍ଚିମ ଓଡ଼ିଶାରୁ ପ୍ରାୟ 4 ହଜାର ଲୋକଙ୍କ ସମାଗମ ହେବ ।
ଏଠାରେ ଯେଉଁ ବ୍ୟକ୍ତି ମାନେ ଯୋଗ ଦେବାକୁ ଚାହିଁବେ ଆସନ୍ତା 15-11-2023 ତାରିଖ ସୁଦ୍ଧା ବ୍ରହ୍ମାକୁମାରୀ ସମ୍ବଲପୁରଙ୍କ ସହାୟତାରେ ପଞ୍ଜିକରଣ କରି ପାରିବେ । କାର୍ଯ୍ୟକ୍ରମ ଦିନ ସକାଳ୭ଟା ସୁଦ୍ଧା ଲୋକଙ୍କୁ ଉଦ୍ଧିଷ୍ଟ ସ୍ଥାନକୁ ପହଞ୍ଚିବାକୁ ପଡିବ । ଏହା ସହ ସାଥୀରେ ଏଣ୍ଟ୍ରିକାର୍ଡ ଓ ଆଧାର କାର୍ଡ ଧରିବା ଅତ୍ୟନ୍ତ ଜରୁରୀ। ସାଙ୍ଗରେ ବ୍ୟାଗ୍, ପାଣି ବୋତଲ ତଥା ମୋବାଇଲ୍ ଫୋନ୍ ନେବା କୁ ବାରଣ କରାଯାଇଛି l ଏହା ସହ ବାଇକ୍, କାର, ବସ୍ ପ୍ରଭୃତିର ପାର୍କିଂ ପାଇଁ ସୁ-ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦିଆଯାଇଛି ।