ନାବାଳିକା ଫେରାରକୁ ନେଇ ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ବର ଜିଲ୍ଳା ଜଳେଶ୍ଵର ଥାନାର ପଥରପୁରା ଗ୍ରାମ ରେ ଏକମାସ ରୁ ଉର୍ଦ୍ଧ୍ବ ସମୟ ଧରି ଜଣେ ନାବାଳିକା ଫେରାରକୁ ନେଇ ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।

ସୂଚନା ଅନୁସାରେ ଆଜି ଦିନ ଏଗାରଟା ସମୟରେ ପଥରପୁରା ଗ୍ରାମ ର ନିତ୍ୟାନନ୍ଦ ଦାସ ଙ୍କ ବାସଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ନାବାଳିକା ଜଣଙ୍କୁ ଗତ ଜାନୁଆରୀ ମାସ ଦୁଇ ତାରିଖ ସନ୍ଧ୍ୟା ପାଞ୍ଚଟା ସମୟରେ ଟିଉସନ ଯାଇ ଘରକୁ ଫେରି ନଥିଲେ। ଏହାକୁ ନେଇ ଜେଜେମା ସହିତ ପଡ଼ୋଶୀ ବନ୍ଧୁ ବାନ୍ଧବ ଅନେକ ଖୋଜା ଖୋଜି କରି ନପାଇ ଦଶ ତାରିଖ ଦିନ ଜଳେଶ୍ଵର ଥାନା ରେ ଲିଖିତ ଅଭିଯୋଗ କରିଥିଲେ, ଅଭିଯୋଗ କୁ ଆଧାର କରି ପୋଲିସ ଗତ ୧୪ ତାରିଖ ଦିନ ୩୭/୨୪ ମୂଳେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ଘଟଣାକୁ ଏକମାସ ରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ନାବାଳିକା ନାତୁଣୀ କୁ ଖୋଜିବାରେ ବିଫଳ ହୋଇଛନ୍ତି।

ଏହାକୁ ନେଇ ସପରିବାର ବାଲେଶ୍ଵର ଏସପି ଙ୍କୁ ସାକ୍ଷାତ କରିଥିବା ବେଳେ, ଖୁବଶିଘ୍ର ଝିଅକୁ ଖୋଜିବାର ପ୍ରତିଶ୍ରୁତି ଦେଇ ପୋଲିସ ଚୁପ୍ ରହିଥିବା କହିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀ ରେ ତୁରନ୍ତ ପୋଲିସ କୈ।ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସପରିବାର ସହିତ ଗ୍ରାମବାସୀ ମାନେ ଏସପି ଙ୍କ ଅଫିସ ଆଗରେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.