ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ବର ଜିଲ୍ଳା ବାଲିଆପାଳ ଶୁଭମ ଗେଷ୍ଟ୍ ହାଉସ ପରିସରରେ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବନ୍ଦର ଓ ବିନାଶ କରୀ ପେଟ୍ରୋକେମିକାଲ ପ୍ଳଣ୍ଟ ଏବଂ ହସ୍କରା ରୁ ଚଉମୁଖ ଯାଏ ବନ୍ଦର ଭିତ୍ତିକ ଶିଳ୍ପ କରିଡ଼ର ନିର୍ମାଣକୁ ବିରୋଧ କରି ଏକ ଖବର ଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।
ସୂଚନାରୁ ପ୍ରକାଶ ଦକ୍ଷିଣ ବାଲିଆପାଳର ସମୁଦ୍ର ଉପକୂଳ ରେ ବନ୍ଦର ଓ ବିନାଶ କରୀ ପେଟ୍ରୋକେମିକାଲ ପ୍ଳଣ୍ଟ ଏବଂ ହସ୍କରା ରୁ ଚଉମୁଖ ଯାଏ ବାର ଶହ ମିଟର ରୁ ପନ୍ଦର ଶହ ମିଟର ଚଉଡାରେ ବନ୍ଦର ଭିତ୍ତିକ ଶିଳ୍ପ କରିଡ଼ର ନିର୍ମାଣକୁ ବିରୋଧ କରି ଚଳିତ ମାସ ୧୯ ତାରିଖରେ ବାଲିଆପାଳରେ ବିରାଟ ଜନ ସମାବେଶ ରେ ତହସିଲ ଘେରାଉ କରାଯିବ ବୋଲି ଭିଟାମାଟି ସୁରକ୍ଷା କମିଟିର ଆବାହକ ଅରୁଣ ଜେନା କହିଛନ୍ତି ।
ଏହି ଅବସର ରେ ବିରାଟ ଜନ ସମାବେଶ କରାଯାଇ ଦକ୍ଷିଣ ବାଲିଆପାଳ ବଞ୍ଚାଅ ଜନ ଜାଗୃତି ଅଭିଯାନରେ ସାମିଲ ହେବା ପାଇଁ ସମ୍ମିଳନୀ ରେ ଉପସ୍ଥିତ ବାଲିଆପାଳ ବ୍ଲକ ଅଧ୍ୟକ୍ଷା ରଞ୍ଜିତା ନାୟକ, ଭିଟାମାଟି ଯୁବ ସାମୁଖ୍ୟର ରଞ୍ଜନ ଗିରି, ବେତଗଡିଆ ପଞ୍ଚାୟତର ଅରୁଣ ଦେଉରୀ, ଭୀମ ମହୁରୀ ପ୍ରମୁଖ ଯୋଗଦେଇ ବନ୍ଦର ଓ ବିନାଶ କରୀ ପେଟ୍ରୋକେମିକାଲ ପ୍ଳଣ୍ଟ ଏବଂ ହସ୍କରା ରୁ ଚଉମୁଖ ଯାଏ ବନ୍ଦର ଭିତ୍ତିକ ଶିଳ୍ପ କରିଡ଼ର ନିର୍ମାଣକୁ ବିରୋଧ କରି ବକ୍ତବ୍ୟ ରଖିଥିଲେ।