ଭାଇଙ୍କୁ ମାରଣାନ୍ତକ ଆକ୍ରମଣ କଲା ଭାଇ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଡି ରେ ଗୋରୁ ପଶିବାକୁ କେନ୍ଦ୍ର କରି ଧାରୁଆ ଦାଉଲି ରେ ସମ୍ପର୍କୀୟ ଭାଇ ଙ୍କୁ ମାରଣାନ୍ତକ ଆକ୍ରମଣ କଲା ଭାଇ | ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମନୁଡିହା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା |

ସୂଚନା ଅନୁଯାୟୀ ମନୁଡିହା ଗ୍ରାମର ଲକ୍ଷ୍ମୀଧର ମହାନ୍ତି ଙ୍କ ସହ ତାଙ୍କର ସମ୍ପର୍କୀୟ ଭାଇ ମାନଙ୍କ ସହ ଦୀର୍ଘ ବର୍ଷ ଧରି ଜମି ବାଡି କୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା | ତେବେ ଆଜି ଲକ୍ଷ୍ମୀଧର ଙ୍କା ବାଡି ଭିତରକୁ ସେମାନଙ୍କ ଗାଈ ଟି ପଶି ଆସିବାରୁ ଲକ୍ଷ୍ମୀଧର ଗାଈ ଟିକୁ ଘଉଡାଇ ଦେଇ ଥିଲେ | ଏନେଇ ସମ୍ପର୍କୀୟ ଭାଇ ଙ୍କ ସହ ଯୁକ୍ତିତର୍କ ହେବା ପରେ ଘଟଣା ଉଗ୍ରରୂପ ଧାରଣ କରିଥିଲା | ସେମାନେ ଏକ ଧାରୁଆ ଦାଉଲି ରେ ଲକ୍ଷ୍ମୀଧର ଙ୍କୁ ଆକ୍ରମଣ କରିଥିଲେ |

ଲକ୍ଷ୍ମୀଧର ଙ୍କ ମୁଣ୍ତ ଏବଂ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରବଳ ରକ୍ତସ୍ରାବ ହୋଇ ଥିଲା | ଘଟଣା ସ୍ଥଳରେ ଲକ୍ଷ୍ମୀଧର ଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବସ୍ତା ହସପିଟାଲ ଏବଂ ଅବସ୍ଥା ସଙ୍କଟାପନ୍ନ ହେବା ରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ହସପିଟାଲ କୁ ସ୍ଥାନାନ୍ତର କରା ଯାଇଛି | ଏନେଇ ଲକ୍ଷ୍ମୀଧର ଙ୍କ ପରିବାର ପକ୍ଷରୁ ବସ୍ତା ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣା ର ତଦନ୍ତ କରୁଛି |

Leave A Reply

Your email address will not be published.