ରାମଚନ୍ଦ୍ରପୁର ସର୍ବ ଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ବାବା ରାମେଶ୍ବର ଆଞ୍ଚଳିକ ଯୁବକ ସଂଘ ପକ୍ଷରୁ ଆୟୋଜିତ ଦ୍ବିତୀୟ ବାର୍ଷିକ ସର୍ବ ଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟରେ ଫାଇନାଲ ମ୍ୟାଚରେ ଇନକମ ଟାକ୍ସ କୋଲକାତା କୁ ହରାଇ ଆନ୍ଧ୍ର ସ୍ପୋର୍ଟସ ଚମ୍ପିୟାନ ହୋଇଛି।

ମ୍ଯାଚରେ ମୂଖ୍ଯ ଅତିଥି ଭାବେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ, ଚୌଦ୍ବାର କଟକ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ,ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର , ଘଷିପୁରା ପୂର୍ବ ତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର ପ୍ରମୂଖ ଉପସ୍ଥିତ ରହି ଖେଳାଳୀଙ୍କ ସହ ପରଚିତ ହୋଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଛନ୍ତି। ମ୍ଯାଚ ପରିଚାଳନାରେ ରେଫରୀ ଭାବେ କୁମାର ରଞ୍ଜନ ମଲ୍ଲିକ,ସୁରେଶକୁମାର ଭୂୟାଁ,କ୍ଷିତିଶ କୁମାର ଭୂୟାଁ,ସୁବ୍ରତ ଲେଙ୍କା,ଅନିଲକୁମାର ସେଣ୍ଢ,ଅମିୟକୁମାର ପରିଡା କାର୍ଯ୍ଯ ସମ୍ପାଦନ କରୁଛନ୍ତି । ସ୍କୋର ଏବଂ ଅଫିସିଆଲ ଭାବେ ବିଧୁଭୂଷଣ ରଥ,ଶ୍ରୀକାନ୍ତ ନାୟକ,ତ୍ରିଲୋଚନ ଦାସ,ସୁଜୟ କୁମାର ନାୟକ,ନିରଞ୍ଜନ ନାୟକ,କଳାକାର ସାମଲ ସକ୍ରିୟ ସହଯୋଗ କରୁଛନ୍ତି ।

ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ରାମେଶ୍ବର ଆଞ୍ଚଳିକ ଯୁବକ ସଂଘ ର ସଭାପତି ପ୍ରଦିପ କୁମାର ସାହୁ ,ଜୟକୃଷ୍ଣ ବଳ,ହେମନ୍ତ କୁମାର ଜେନା,କଳ୍ପତରୁ ନାଥ,ରାଧେଶ୍ଯାମ ସ୍ବାଇଁ,ଲାଲୁ ପ୍ରସାଦ ସ୍ବାଇଁ, ଭାରତଭୂଷଣ ନାୟକ,ମନ୍ମଥକୁମାର ସାହୁ,ରବିନ୍ଦ୍ର କୁମାର ସ୍ବାଇଁ,ଜଗବନ୍ଧୁ ଜେନା,ଅକ୍ଷୟକୁମାର ସାହୁ,ବସନ୍ତକୁମାର ମାଝୀ,ମନ୍ମଥ ରଣା,ମାନସ ମହାରଣା,ଅଚ୍ଯୁତାନନ୍ଦ ଜେନା ସମେତ ସମସ୍ତ ସଦସ୍ଯ ଉପସ୍ଥିତ ରହି ସକ୍ରିୟ ସହଯୋଗ କରୁଛନ୍ତି।ଫାଇନାଲ ମ୍ଯାଚ ବିଳମ୍ବିତ ରାତ୍ରୀ ପର୍ଯ୍ଯନ୍ତ ଚାଲିଥିଲା ।ଏହି ଖେଳ କୁ ଦେଖିବାକୁ ହଜାର ହଜାର ଦର୍ଶକ ଙ୍କ ଭିଡ଼ ଜମିଥିଲା ।

Leave A Reply

Your email address will not be published.