ଆଜି ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣିଥରେ ଆଜି (ବୁଧବାର) ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କରିବେ ହାଇଭୋଲଟେଜ ପ୍ରଚାର । ସେ ଆଜି ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ । ପ୍ରଥମେ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ବାରିପଦା ସ୍ଥିତ ଛଉ ପଡ଼ିଆରେ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ ।

ପରେ ଅପରାହ୍ନ ୨ଟାରେ ବାଲେଶ୍ୱର ଗସ୍ତ କରି ରେମୁଣା ସ୍ଥିତ ନରହରି ପଡ଼ିଆରେ ଜନସଭାକୁ ସମ୍ବୋଧନ କରିବେ । ଶେଷରେ ପ୍ରଚାର ପାଇଁ କେନ୍ଦ୍ରାପଡ଼ା ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ନ ୪ଟାରେ ବରୁଆ ପଡ଼ିଆରେ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରଚାର ବେଳେ ଓଡ଼ିଶାବାସୀଙ୍କୁ କଣ କହିବେ, ତାହା ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି । ସେପଟେ ଆସନ୍ତାକାଲି ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ଭଦ୍ରକ ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ପୂର୍ବାହ୍ନ ୧୧ଟାରେ ସିମୁଳିଆ ସାନମହିତପୁର ଆସି ରାହୁଲ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ଗତକାଲି ଓଡ଼ିଶା ଆସିଥିଲେ ଅମିତ୍ ଶାହ । ୪ ଜୁନରେ ନବୀନ ହେବେ ‘ପୂର୍ବ ମୁଖ୍ୟମନ୍ତ୍ରୀ’ ବୋଲି ଗତକାଲି ନିର୍ବାଚନୀ ସଭାରେ କହିଥିଲେ ଶାହ । ପୁଣି ମୁଦ୍ଦା ପାଲଟିଲା ଓଡ଼ିଆ ଅସ୍ମିତା । ଟାର୍ଗେଟରେ ସିଧା ସିଏମ୍ ନବୀନ ।

ଚାନ୍ଦବାଲି, କୋରେଇ, ନିମାପଡ଼ା ଏକା ଦିନେ ଆଜି ତିନି ତିନିଟି ଜନସଭା କରି ବିଜେପି ପାଇଁ ଭୋଟ୍ ମାଗିଛନ୍ତି, ଓଡ଼ିଆ ଅସ୍ମିତା କାର୍ଡ ଖେଳି ରାଜ୍ୟ ସରକାରଙ୍କୁ ଧୁମ୍ ଧୂଲେଇ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଭଦ୍ରକ ସଂସଦୀୟ କ୍ଷେତ୍ରର ଚାନ୍ଦବାଲି ନିର୍ବାଚନୀ ସଭାରେ ଭାଷଣ ଦେଉ ଦେଉ ଉପସ୍ଥିତ ଜନତାଙ୍କୁ ଓଡ଼ିଶାର ଅସ୍ମିତା ବଞ୍ଚାଇବା କି ନାହିଁ ବୋଲି ପ୍ରଶ୍ନ ପଚାରି, ୪ ଜୁନରେ ରେଜଲ୍ଟ ଆସିବା ବେଳକୁ ନବୀନ ବାବୁ ପୂର୍ବ ମୁଖ୍ୟମନ୍ତ୍ରୀ ବନିଯିବେ ବୋଲି ଦୃଢ଼ୋକ୍ତି କରିଥିଲେ । କହିଥିଲେ, ଦେଶରେ ଚାର ଶୋ ପାର୍ ହେବ, ୭୫ରୁ ଅଧିକ ସିଟ୍ ଜିତି ଓଡ଼ିଶାରେ ବି ଡବଲ ଇଂଜିନ ସରକାର କରିବ ବିଜେପି ।

Leave A Reply

Your email address will not be published.