ହାଇୱାକୁ ପିଟିଲା ବସ୍‌; ଡ୍ରାଇଭର ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ଦୁଇ ବ୍ୟକ୍ତିଙ୍କ ଜୀବନ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ହୋଇଛନ୍ତି |

ସୂଚନା ଅନୁସାରେ, ବସଟି ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ଯାଜପୁର ୧୬ନଂ ଜାତୀୟ ରାଜପଥ କଡେଇ ଛକ ନିକଟରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାତ୍ରୀବାହୀ ବସ ପଛପଟୁ ହାଇୱା ଧକ୍କା ଦେଇଥିଲା । ବସଟିର ନାମ ନିନି ହୋଇଥିବା ବେଳେ ଏହା ବାରିପଦାରୁ ଯାତ୍ରୀ ନେଇ ଭୁବନେଶ୍ଵର ଅଭିମୁଖେ ଯାଉଥିଲା । ବସରେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଥିବା ବେଳେ ଏଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ସେପଟେ ଖବର ପାଇ ଘଟଣାସ୍ଥଳରେ ଚଣ୍ଡିଖୋଲ ଦମକଲ ବାହିନୀ ଓ ବଡ଼ଚଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବଡ଼ଚଣା ମେଡିକାଲ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଡ୍ରାଇଭରର ମୃତଦେହକୁ ବଡ଼ଚଣା ଡାକ୍ତର ଖାନରେ ରଖଯାଇଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ । ହାଇୱା ଗାଡ଼ଇ ଡ୍ରାଇଭରଙ୍କୁ ପୁଲିସ୍‌ ଅଟକ ରଖିଛି।

Leave A Reply

Your email address will not be published.