ଏସସିବିରେ ଭର୍ତ୍ତି ହେଲେ ଚିଲିକା ବିଧାୟକ ପ୍ରଶାନ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏସସିବିରେ ଭର୍ତ୍ତି ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ଇଭିଏମ ଭଙ୍ଗାରୁଜା ଘଟଣାରେ ଜେଲରେ ଥିବା ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଛି । ଆଜି (ବୁଧବାର) ଭୋର୍ ୪ଟାରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜେଲରୁ ଅଣାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଉଛି । ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।

ପ୍ରଶାନ୍ତ ଜଗଦ୍ଦେବ ସୁଗାର, ହାଇ ବିପି, ସ୍ପାଇନାଲକର୍ଡ ଭଳି ଅନେକ ରୋଗରେ ପୀଡିତ ଅଛନ୍ତି । ସୂଚନା ମୁତାବକ, ଗତ ୨୫ ତାରିଖ ଦିନ ଖୋର୍ଦ୍ଧାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ପ୍ରଶାନ୍ତ ଜଗଦ୍ଦେବ ଏକ ବୁଥରେ ଭୋଟ ଦେବାକୁ ଯାଇଥିବା ବେଳେ ଇଭିଏମ ଭଙ୍ଗାରୁଜା କରିବା ନେଇ ଅଭିଯୋଗ ହୋଇଥିଲା । ସେହିଦିନ ତାଙ୍କୁ ଗିରଫ କରାଯାଇ ବିଳମ୍ବିତ ରାତିରୁ ଖୋର୍ଦ୍ଧା ସବ ଜେଲକୁ ପଠାଯାଇଥିଲା । ଆଜି ଭୋର ପ୍ରାୟ ୪ଟା ସମୟରେ ଜଗଦ୍ଦେବ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜେଲରୁ କଟକ ଏସସିବି ମେଡିକାଲରେ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ସେପଟେ ସାମନାକୁ ଆସିଲା ସତ ।ପଦାରେ ପଡ଼ିଛି ଷଡ଼ଯନ୍ତ୍ର । ସିସିଟିଭି ଫୁଟେଜ୍ ହଟାଇଲା ଘଟଣା ଉପରୁ ପରଦା । ଚିଲିକା ବିଧାୟକଙ୍କୁ ପୋଲିସ୍ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଗିରଫ କରିଛି । କିନ୍ତୁ ସିସିଟିଭି ଫୁଟେଜ୍ କହୁଛି ବିଧାନସଭା ଇଭିଏମକୁ ଜଗଦ୍ଦେବ ନୁହନ୍ତି, ଆଉ କେହି ଭାଙ୍ଗିଛନ୍ତି । ସିସିଟିଭି ଫୁଟେଜ୍ ଜାରି କରି ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Leave A Reply

Your email address will not be published.