ଦୁର୍ଘଟଣା ଗ୍ରସ୍ତ ହେଲା ପୋଲିସ ଗାଡି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୁବନେଶ୍ବରରେ ଦୁର୍ଘଟଣା ଗ୍ରସ୍ତ ହେଲା ପୋଲିସ ଗାଡି । ନିର୍ବାଚନୀ ଡ୍ୟୁଟି ପାଇଁ କେନ୍ଦ୍ରାପଡା ଯାଉଥିବା ବେଳେ ପୋଲିସ ଗାଡି ସହ ପିଟି ହେଲା ବସ୍ ।  ଏହି ଦୁର୍ଘଟଣାରେ ୯ ମହିଳା ପୁଲିସ କର୍ମଚାରୀ ଆହତ ହୋଇଛ |ଆହତ ମହିଳା ପୋଲିସଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ,

ମହିଳା ପୁଲିସ୍‌ କର୍ମଚାରୀଙ୍କୁ ଧରି ଗାଡ଼ିଟି କେନ୍ଦ୍ରାପଡ଼ାକୁ ନିର୍ବାଚନୀ ଡ୍ୟୁଟି ଅଭିମୁଖେ ଯାଉଥିଲା। କେନ୍ଦ୍ରାପଡ଼ାରେ ଆସନ୍ତା ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ମାତ୍ର ବାଣୀବିହାର ସତସଙ୍ଗ ପାର୍କ ଆଗରେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି।

ଏଥିରେ ୯ ମହିଳା ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି।  ଖବର ପାଇ ତୁରନ୍ତ ସ୍ଥାନୀୟ ପୁଲିସ୍‌ ପହଞ୍ଚି ଆହତ ମହିଳା ପୁଲିସ୍‌ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସମସ୍ତେ ବିପଦମୁକ୍ତ ଥିବା ଜଣାଯାଇଛି।

Leave A Reply

Your email address will not be published.