ସିସିଟିଭି ଫୁଟେଜରେ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିଥିବା ନେଇ କୌଣସି ପ୍ରମାଣ ନାହିଁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ବାକି ରହିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ମାତ୍ର ରାଜନୈତିକ ଦୋଷାରୋପ ଥମିବାର ନାଁ ନେଉନି । ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ ଭଙ୍ଗା ଘଟଣାକୁ ନେଇ ବିଜେଡି ବୁରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ କେଉଁ ପରିସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଶାନ୍ତ ଜଗଦ୍ଦେବଙ୍କର ଏଥିରେ କୌଣସି ଭୂମିକା ନାହିଁ । ସିସିଟିଭି ଫୁଟେଜ୍ ମୋ ହସ୍ତଗତ ହୋଇଛି ବୋଲି କହିଛନ୍ତି ଅପରାଜିତା । ଏହା ସହିତ ସେ ଏହା ବି କହିଛନ୍ତି ଯେ ଘଟଣା ପରେ ସେ ବୁଥ୍ ମଧ୍ୟ ଯାଇଥିଲେ ହେଲେ ଜଣେ ବି ସେଠି ପ୍ରଶାନ୍ତଙ୍କ ବିରୋଧରେ ଅଭିଯୋଗ କରିନଥିଲେ ।

ସିସିଟିଭି ଯାଞ୍ଚ ନକରି ଜଣେ ବିଧାୟକଙ୍କୁ ଗିରଫ କରାଗଲା । ମୋ ପାଖରେ ଘଟଣାର ଫୁଟେଜ୍ ପହଞ୍ଚିଛି । ଦୁଇ ତିନି ଘଣ୍ଟା ଭିତରେ ଏହାକୁ ସାର୍ବଜନୀନ କରାଯିବ । ତା ପରେ ସମସ୍ତ ସତ୍ୟତା ଜଣାପଡିବ । ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ତାଙ୍କ ପାଖରେ ସିସିଟିଭି ଫୁଟେଜ୍ ରହିଛି। ସେହି ଫୁଟେଜରେ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ।

Comments are closed.