ସାନନ୍ଦଙ୍କ ନେତୃତ୍ୱରେ ବିଜେପି ଦୁଇ କାଉନସିଲର ବିଜେଡିରେ ମିଶିଲେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସାନନ୍ଦଙ୍କ ନେତୃତ୍ୱରେ ବିଜେପି ଦୁଇ କାଉନସିଲର ବିଜେଡି ରେ ମିଶିଲେ | ଦେଶର ପ୍ରଧାନ ମନ୍ତ୍ରୀ ତଥା ବିଜେପିର ପ୍ରଖର ନେତା ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ମୟୁରଭଞ୍ଜ ଜିଲ୍ଲାଗସ୍ତ କାର୍ଯ୍ୟକ୍ରମ ଅତି ନିକଟତର ହୋଇଆସୁଥିବାବେଳେ ଠିକ ପୂର୍ଵ ଦିନ ମୟୁରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ବିକାଶଧାରାରେ ଅନୁପ୍ରାଣିତ ଓ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରିଥିଲେ |

ଆଜି ବାରିପଦା ପୌରପାଳିକାର ନିର୍ବାଚିତ ବିଜେପି ଦଳୀୟ ଦୁଇ ଜଣ କାଉନସିଲର ରାଜ ଗୁପ୍ତା ( ୩ ନମ୍ବର ୱାର୍ଡ ) ଏବଂ ଭାଗ୍ୟଲଷ୍ମୀ ନାଏକ ( ୱାର୍ଡ ନମ୍ବର ୨୬ ) ଙ୍କ ଆହ୍ୱାନରେ ଶହ ଶହ ବିଜେପି କର୍ମୀଙ୍କୁ ନେଇ ଆସି ବିଜେଡି କାର୍ଯ୍ୟାଳୟରେ ବିଜେପି ଛାଡି ବିଜେଡିରେ ଯୋଗଦେଲେ | ଉକ୍ତ ମିଶ୍ରଣ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ବାରିପଦା ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡି ଯୋଗଦେଇ ନୂତନଭାବେ ଯୋଗଦେଇଥିବା କାଉନସିଲରଦ୍ବୟଙ୍କୁ ପୁଷ୍ପଗୁଛ ଓ ବିଜେଡି ଉତ୍ତରୀ ଦେଇ ବିଜେଡି ଦଳକୁ ସ୍ୱାଗତ କରିଥିଲେ |

ଅନ୍ୟ ଉପସ୍ଥିତ ଅତିଥିମାନେ ହେଲେ ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ( ନଛି ), ଉପ ନଗରପାଳ ସୀମା ଦାସ, ବାରିପଦା ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରଭାତ କୁମାର ନାୟକ ପ୍ରମୁଖ ସମେତ ଛାତ୍ର ସଭାପତି, ଯୁବ ସଭାପତି, ମହିଳା ସଭାପତି ସମସ୍ତ କାଉନସିଲର ବୃନ୍ଦ, ଛାତ୍ର, ଯୁବ, ମହିଳା ଓ ବିଭିନ୍ନ ଛାମୁଆ ସଂଗଠନର ନେତ୍ରମଣ୍ଡଳୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.