ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭୁଟାନ ଗସ୍ତ ସ୍ଥଗିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଖରାପ ପାଗ କାରଣରୁ ଆସନ୍ତକାଲି ଠାରୁ ଆରମ୍ଭ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କର 2ଦିନିଆ ଭୁଟାନ ଗସ୍ତକୁ ସ୍ଥଗିତ ରଖାଯାଇଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୋଦୀ ମାର୍ଚ୍ଚ ୨୧-୨୨ ତାରିଖରେ ଭୁଟାନ ଭ୍ରମଣରେ ଯାଇଥାନ୍ତେ। ହେଲେ ସେଠାରେ ପାଣିପାଗ ଖରାପ ଯୋଗୁ ଭ୍ରମଣ ବାତିଲ କରାଯାଇଛି। ଆଗାମୀ ଗସ୍ତ ସମ୍ପର୍କରେ ଖୁବ୍ ଶୀଘ୍ର ଘୋଷଣା କରାଯିବ।

ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି, 21 ଓ 22 ଦୁଇଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଭୁଟାନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ଏବେ ପାଗ ଅତ୍ୟନ୍ତ ଖରାପ ଥିବା କାରଣରୁ ଗସ୍ତକାଲି ଗସ୍ତ କରିବା ସମ୍ଭବ ହୋଇପାରିବ ନାହିଁ । ତେଣୁ ଉଭୟ ପକ୍ଷରୁ ଏହି ଗସ୍ତ ସ୍ଥଗିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିପାଇଁ ଆଉ ଏକ ତାରିଖ ବାହାର କରିବା ପାଇଁ ଉଭୟ ପକ୍ଷ ବିଚାର କରୁଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଭୁଟାନ ଗସ୍ତ କରିଥାନ୍ତେ ପ୍ରଧାନମନ୍ତ୍ରୀ । ଭୁଟାନରେ ଚୀନର ପ୍ରଭାବ କ୍ରାମାଗତ ବଢିବାରେ ଲାଗିଛି ।

ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉଭୟ ଦେଶର ଦ୍ବିପାକ୍ଷିକ ସମ୍ପର୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଥିଲା । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଭୁଟାନବାସୀଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖାଯାଇଥିଲା । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ହେଲେ ଶେଷ ପର୍ଯ୍ୟାୟରେ ଏହି ଗସ୍ତକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି । ପରବର୍ତ୍ତୀ ସମୟରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇ ନୂତନ ତାରିଖ ସାମ୍ନାକୁ ଆସିବ ।

Leave A Reply

Your email address will not be published.