ରବିବାର ଖୋଲା ରହିବ ବ୍ୟାଙ୍କ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରବିବାର ସତ୍ତ୍ୱେ ଚଳିତ ମାସର ଶେଷ ତାରିଖ ଅର୍ଥାତ ମାର୍ଚ୍ଚ ୩୧ରେ ସବୁ ବ୍ୟାଙ୍କ ଖୋଲା ରହିବ। ଦେଶର ସବୁ ଏଜେନ୍ସି ବ୍ୟାଙ୍କ ରବିବାର ଦିନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଟୁଇଟ୍ ମାଧ୍ୟମରେ ଆରବିଆଇ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ମାର୍ଚ୍ଚ ୩୧, ୨୦୨୪ ରବିବାର ହୋଇଥିଲେ ମଧ୍ୟ ସମସ୍ତ ବ୍ୟାଙ୍କ ଖୋଲା ରହିବ। ଚଳିତ ଆର୍ଥିକ ବର୍ଷର ୨୦୨୩-୨୪ର ଶେଷ ଦିନ ରବିବାର ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି | ଆର୍ଥିକ ବର୍ଷର ବାର୍ଷିକ ବନ୍ଦ ୩୧ ମାର୍ଚ୍ଚରେ ବୋଲି ଆରବିଆଇ କହିଛି। ତେଣୁ ସମସ୍ତ ବ୍ୟାଙ୍କ ଖୋଲା ରହିବ |

ସରକାରୀ ନେଣଦେଣ ସହ ଜଡ଼ିତ ଦେଶର ସବୁ ବ୍ୟାଙ୍କର ବ୍ରାଞ୍ଚକୁ ରବିବାର ସତ୍ତ୍ୱେ ଖୋଲା ରଖିବାକୁ ଅନୁରୋଧ ଆସିଥିଲେ। ୨୦୨୩-୨୪ ଆର୍ଥିକ ବର୍ଷର ଶେଷ ଦିନ ହେଉଛି ମାର୍ଚ୍ଚ ୩୧। ଆର୍ଥିକ ବର୍ଷର ଶେଷ ଦିନ ସରକାରୀ ନେଣଦେଣକୁ ସୂଚାରରୂପେ ତୁଲାଇବା ପାଇଁ ମାର୍ଚ୍ଚ ୩୧ରେ ସବୁ ବ୍ୟାଙ୍କର ବ୍ରାଞ୍ଚଗୁଡ଼ିକ ଖୋଲା ରହିବ। ୨୦୨୩-୨୪ ଆର୍ଥିକ ବର୍ଷ ମାର୍ଚ୍ଚ ୩୧ ରେ ଶେଷ ହେବାକୁ ଯାଉଛି | ଏହି କାରଣରୁ ୨୯, ୩୦ ଏବଂ ୩୧ ମାର୍ଚ୍ଚରେ ସାରା ଦେଶରେ ଆଇଟି କାର୍ଯ୍ୟାଳୟ ଖୋଲା ରହିବ ବୋଲି ଆୟକର ବିଭାଗ କହିଛି।

Leave A Reply

Your email address will not be published.