ରାଜ୍ୟରେ ଆଗାମୀ ୩ ଦିନରେ ବଢିବ ତାପାମାତ୍ରା 

0

ଓଡ଼ିଆ ନ୍ୟୁଜ, ( ବ୍ୟୁରୋ): ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିଲା ବେଳେ ଆଜିଠାରୁ ବଦଳିବ ପାଗ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆଜିଠାରୁ ପାଗ ସ୍ୱାଭାବିକ ହେବ ।

ସେହିଭଳି ଆଜି ସକାଳୁ ସକାଳୁ ଟ୍ୱିନ୍ ସିଟିରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା। ଘନ କୁୁହୁଡ଼ି ଯୋଗୁଁ ରାସ୍ତା ଠିକ୍ ଭାବେ ଦେଖାଯାଉନଥିଲା । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଲଗାଣ ବର୍ଷା ପରେ ଟ୍ୱିନ୍ ସିଟିରେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଦେଖାଦେଥିଲା । ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିବା ବେଳେ ଆଜି ସକାଳୁ ସକାଳୁ ଟ୍ୱିନ୍ ସିଟିରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା ।

ତେବେ ଆଜି ଠାରୁ ପାଗ ବଦଳିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି । ଏହା ସହ ଦିନର ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

Leave A Reply

Your email address will not be published.