ମହାରାଷ୍ଟ୍ରରେ ଭୂକମ୍ପ ଅନୁଭତ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୂକମ୍ପରେ ଥରିଲା ମହାରାଷ୍ଟ୍ର ଓ ଅରୁଣାଚଳ ପ୍ରଦେଶ । ଯାହାକୁ ନେଇ ସମସ୍ତେ ଭୟଭୀତ ହୋଇଯାଇଛନ୍ତି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ, ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ରେ ରେକର୍ଡ କରାଯାଇଥିଲା। ହିଙ୍ଗୋଲି ସହରରେ ମାତ୍ର ୧୦ ମିନିଟ୍ ଭିତରେ ଲଗାତାର ୨ ଥର ଭୂକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଯଥାକ୍ରମେ ୪.୫ ଓ ୩.୬ ରେକର୍ଡ କରାଯାଇଛି ।

ସେହିପରି ଅରୁଣାଚଳ ପ୍ରଦେଶରେ ମଧ୍ୟ 2ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି ।ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ପ୍ରଥମେ ସକାଳ ପାଖାପାଖି ୬ଟା ୮ ମିନିଟ୍ ସମୟରେ ମହାରାଷ୍ଟ୍ରର ହିଙ୍ଗୋଲି ୪.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୦ କିମି ରହିଥିଲା । ଏହାପରେ ସମୟ ପାଖାପାଖି ୬ଟା ୧୯ରେ ଦ୍ବିତୀୟ ଥର ଭୂକମ୍ପ ଝଟକା ଲାଗିଥିଲା । ଏହାର ତୀବ୍ରତା ୩.୬ ଥିବାବେଳେ ଗଭୀରତା ଭୂପୃଷ୍ଠରୁ ୧୦ କିମି ରେକର୍ଡ କରାଯାଇଛି । ତେବେ ଦୁଇ ଦୁଇଥର ଝଟକା ପରେ ଭୋର୍ ସମୟ ହୋଇଥିବାରୁ ଲୋକମାନେ ଖୁବ୍ ଭୟଭୀତ ହୋଇପଡିଥିଲେ ଏବଂ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ ।

କହିବାକୁ ଗଲେ ନିକଟରେ ଗୁଜୁରାଟ, ମଣିପୁର ଏବଂ ନାଗାଲାଣ୍ଡରେ ମଧ୍ୟ ଭୂକମ୍ପ ହୋଇଥିଲା। ଶନିବାର ବିଳମ୍ବିତ ରାତିରେ ଗୁଜରାଟର ୩.୩ ମ୍ୟାଗ୍ନିଚ୍ୟୁଡର ଏକ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଇନଷ୍ଟିଚ୍ୟୁଟ୍ ଅଫ୍ ସିସ୍ମୋଲୋଜି ରିସର୍ଚ୍ଚ (ISR) ରବିବାର ଏହି ସୂଚନା ଦେଇଛି। ଗାନ୍ଧିନଗର ଭିତ୍ତିକ ଅନୁଷ୍ଠାନ କହିଛି ଯେ ଶନିବାର ରାତି ୧୨.୧୨ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଭୂକମ୍ପ କେନ୍ଦ୍ର ଖାବଡା ନିକଟରେ ଥିଲା। ଜିଲ୍ଲା ଅଧିକାରୀ କହିଛନ୍ତି ଯେ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ। ଚଳିତ ମାସ ପର୍ଯ୍ୟନ୍ତ କୁଚରେ ତିନିଥର ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି।

Leave A Reply

Your email address will not be published.