ପୁଣି ହାଇକୋର୍ଟ ଦ୍ୱାରସ୍ତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବହୁଚର୍ଚ୍ଚିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡିର ସମନକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଇଡିର ସମନକୁ ବେଆଇନ ଦର୍ଶାଇ କେଜରିୱାଲ ପୂର୍ବରୁ ହାଇକୋର୍ଟରେ ପହଞ୍ଚିଥିଲେ । ବର୍ତ୍ତମାନ ସେ, ଦିଲ୍ଲୀ ଲିକର ପଲିସି ମାମଲାରେ ଅନ୍ତରିଣ ସୁରକ୍ଷା ଦାବି କରି ସେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି।

ତେବେ ଆସନ୍ତକାଲି ସେ ହାଜର ହୋଇପାରିବେ କି ବୋଲି କେଜ୍ରିୱାଲଙ୍କୁ ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ଆସନ୍ତା ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ଆଇନଜୀବୀ ଅଭିଷେକ ମନୁ ସିଙ୍ଘବୀ ହାଇକୋର୍ଟରେ ଏହି ମାମଲା ପରିଚାଳନା କରିଥିଲେ । ସେ କୋର୍ଟକୁ କହିଥିଲେ ଯେ, ଇଡି ୯ଟି ସମନ ଜାରି କରିଛି । ସବୁ ସମନ ଉପରେ ଆମେ ଜବାବ ଦାଖଲ କରିଛୁ । ଆମେ ଭର୍ଚୁଆଲରେ ହାଜର ହୋଇ ଜବାବ ଦେବାକୁ ପ୍ରସ୍ତୁତ ଅଛୁ । ଇଡିରେ ହାଜର ହେବାରେ କୌଣସି ସମସ୍ୟା ନାହିଁ, କିନ୍ତୁ ଆମକୁ କିଛି ପ୍ରୋଟେକ୍ସନ ଦରକାର । ଏହି ମାମଲାରେ ଇଡିକୁ ସମନ କରିବାକୁ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ କେଜ୍ରିୱାଲଙ୍କ ଆଇନଜୀବୀ ।

ଦିଲ୍ଲୀ ଲିକର ପଲିସି ମାମଲାରେ ଇଡି ମାଧ୍ୟମରେ ଗିରଫ ହେବାର ଭୟ ରହିଛି ବୋଲି କେଜ୍ରିୱାଲ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ଇଡି ଆଗରେ ହାଜର ହେବାକୁ ପ୍ରସ୍ତୁତ ହେଲେ ଯଦି ତାଙ୍କୁ ଗିରଫ ନ କରାଯାଏ କିମ୍ବା ତାଙ୍କ ବିରୋଧରେ କୌଣସି ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ। କେଜ୍ରିୱାଲ ଆହୁରି କହିଛନ୍ତି, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କୋର୍ଟରେ ଏକ ନିଶ୍ଚିତତା ଦେବା ଉଚିତ ଯେ ଯଦି ତାଙ୍କ ବିରୋଧରେ ଯଦି କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଇଡିରେ ହାଜର ହେବେ ।

ସୂଚନାଥାଉ ଯେ, ୨୦୨୧-୨୨ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତଦନ୍ତ ପାଇଁ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୯ ଥର ସମର ଦାରି କରିବା ସତ୍ତ୍ୱେ ସେ ଏହା ଅଣଦେଖା କରିବା ଆସୁଛନ୍ତି । ଏହି ମାମଲାରେ ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କୁ ଇଜି ଗିରଫ କରିସାରିଛି ।

Leave A Reply

Your email address will not be published.