ଏଥର ପୋଷ୍ଟାଲ ବାଲାଟରେ ଭୋଟ୍ ଦେବେ କାର୍ଯ୍ୟରତ ସାମ୍ବାଦିକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତ ନିର୍ବାଚନ କମିଶନଙ୍କ ଐତିହାସିକ ନିଷ୍ପତ୍ତି । ପ୍ରାଧିକୃତ ସାମ୍ବାଦିକମାନେ ଏଥର ପୋଷ୍ଟାଲ ବାଲାଟ୍ ମାଧ୍ୟମରେ କରିପାରିବେ ମତଦାନ । ନିର୍ବାଚନ ସମୟରେ ଅନେକ କାର୍ଯ୍ୟରତ ସାମ୍ବାଦିକଙ୍କୁ ନିଜ ନିଜ ନିର୍ବାଚନ ମଣ୍ତଳୀଠୁ ଦୂରରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ । ଏହି କାରଣରୁ ବହୁ ସାମ୍ବାଦିକ ନିଜ ନିର୍ବାଚନ ମଣ୍ତଳୀରେ ମତଦାନ କରିପାରୁନଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଗଣତନ୍ତ୍ରର ହିତରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ସାଧାରଣ ନିର୍ବାଚନ-୨୦୨୪ରେ ପ୍ରାଧିକୃତ ସାମ୍ବାଦିକମାନଙ୍କୁ ‘ଜରୁରୀ ସେବା ଯୋଗୁଁ ଅନୁପସ୍ଥିତ ଭୋଟର’ ତାଲିକାରେ ସାମିଲ କରିଛନ୍ତି ନିର୍ବାଚନ କମିଶନ । ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ଅଗ୍ରଣୀ ଭୂମିକା ରହିଆସିଛି । ନିର୍ବାଚନ ସମୟରେ ଅନେକ ପ୍ରାଧିକୃତ ସାମ୍ବାଦିକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀଠୁ ଦୂରରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ। ଏଣୁ ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିପାରୁନଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରାଧିକୃତ ସାମ୍ବାଦିକ ଓ ଗଣତନ୍ତ୍ରର ହିତରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ସାଧାରଣ ନିର୍ବାଚନ-୨୦୨୪ରେ ପ୍ରାଧିକୃତ ସାମ୍ବାଦିକମାନଙ୍କୁ ‘ଜରୁରୀ ସେବା ଯୋଗୁଁ ଅନୁପସ୍ଥିତ ଭୋଟର’ ତାଲିକାରେ ସାମିଲ କରିଛନ୍ତି ନିର୍ବାଚନ କମିଶନ । ଏହାଦ୍ୱାରା ପ୍ରାଧିକୃତ ସାମ୍ବାଦିକମାନେ ‘ରିପ୍ରେଜେଣ୍ଟେସନ ଅଫ ପିପୁଲ ଆକ୍ଟ-୧୯୫୧’ର ଧାରା ୬୦ (ଗ) ଅଧୀନରେ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମତଦାନ କରିପାରିବେ । ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରାଧିକୃତ କାର୍ଯ୍ୟରତ ସାମ୍ବାଦିକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଆବେଦନ କରିବେ । ଉକ୍ତ ରିଟର୍ଣ୍ଣିଂ ଅଫିସର ଆବେଦନ କରିଥିବା ପ୍ରାଧିକୃତ ସାମ୍ବାଦିକଙ୍କର ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ହୋଇଥିବା ପ୍ରାଧିକୃତ ପତ୍ର ଯାଞ୍ଚ କରିବେ ।

ଭୋଟ୍ଏହାପରେ ସେ ନିଜେ କିମ୍ବା ଜଣେ ନୋଡାଲ ଅଧିକାରୀଙ୍କ ମାଧ୍ୟମରେ ଅବେଦନକାରୀଙ୍କୁ ଫର୍ମ ୧୨-ଡି ଦସ୍ତଖତ କରାଇବେ । ଉକ୍ତ ପ୍ରାଧିକୃତ ସାମ୍ବାଦିକ ଯଥା ସମୟରେ ନିଜ ପୋଷ୍ଟାଲ ବାଲାଟ୍‌ ପାଇପାରିବେ ଏବଂ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସ୍ଥିରୀକୃତ ସମୟସୀମା ମଧ୍ୟରେ ପୋଷ୍ଟାଲ ଭୋଟିଂ ସେଣ୍ଟରରେ ମତଦାନ କରିବେ ।

Leave A Reply

Your email address will not be published.