ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଦେଶ ଗସ୍ତ ସାରି ଆଜି ଭାରତ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସିଧାସଳଖ ସେ ‘ଇସ୍ରୋ’ର ‘ଟେଲିମେଟ୍ରି ଟ୍ରାକିଙ୍ଗ୍ ଆଣ୍ଡ୍ କମାଣ୍ଡ୍ ନେଟ୍ୱାର୍କ ମିସନ୍ କଣ୍ଟ୍ରୋଲ୍ କମ୍ପ୍ଲେକ୍ସ୍’ରେ ‘ଚନ୍ଦ୍ରଯାନ-୩ ଅଭିଯାନ’ରେ କାର୍ୟ୍ୟ କରିଥିବା ବୈଜ୍ଞାନିକମାନଙ୍କୁ ଭେଟିଛନ୍ତି।
‘ଚନ୍ଦ୍ରଯାନ-୩’ର ବୈଜ୍ଞାନିକ ଟିମଙ୍କୁ ଭେଟିବା ପାଇଁ ଗ୍ରୀସ୍ରୁ ଆସି ଆଜି ସକାଳେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ପହଞ୍ଚିବା ପରେ ‘ଏଚ୍ଏଏଲ୍ ବିମାନ ବନ୍ଦର’ ବାହାର ରାସ୍ତାରେ ସ୍ଥାନୀୟ ଲୋକେ ଢୋଲ ବଜାଇ ନୃତ୍ୟ କରିବା ସହିତ ଜାତୀୟ ପତାକା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଥିବା ‘ବ୍ୟାନର୍’ ହଲାଇ ଥିଲେ। ଜନସାଧାରଣଙ୍କୁ ସମ୍ବୋଧନ କରିବା ବେଳେ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ।