ଏକାସାଙ୍ଗରେ ୫ଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ)  : ଦେଶରେ ପ୍ରଥମ ଥର ପାଇଁ ଭାରତୀୟ ରେଳ ଏକାସାଙ୍ଗରେ ୫ଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିବାକୁ ନିଷ୍ପତ୍ତି ନେଇଛି । ଏହି ୫ଟି ବନ୍ଦେ ଭାରତ ଟ୍ରେନର ରୁଟ୍ ସ୍ଥିର କରାଯାଇଛି ଏବଂ ଉଦଘାଟନ ତାରିଖ ମଧ୍ୟ ଚୂଡ଼ାନ୍ତ ହୋଇଛି।

ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମେ ୨୬ ରେ ପ୍ରଧାନମନ୍ତ୍ରୀ ୫ଟି ବନ୍ଦେ ଭାରତ ପତାକା ଉଦଘାଟନ କରିବେ । ଗୋଟିଏ ସ୍ଥାନରେ ନିଜେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବେ ଏବଂ ଅନ୍ୟ ୪ଟି ସ୍ଥାନରେ ଭର୍ଚୁଆଲ୍ ପତାକା ପ୍ରଦର୍ଶନ କରାଯିବ।

ଏହି ୫ଟି ବନ୍ଦେ ଭାରତ ଟ୍ରେନ୍ ଭୋପାଳ-ଇନ୍ଦୋର, ଭୋପାଳ-ଜବଲପୁର, ପାଟନା-ରାଞ୍ଚି, ବେଙ୍ଗାଲୁରୁ-ହୁବଲି ଏବଂ ଗୋଆ-ମୁମ୍ବାଇ ମଧ୍ୟରେ ଚଳାଚଳ କରିବ। ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୮ଟି ବନ୍ଦେ ଭାରତ ଟ୍ରେନ୍ ସଫଳତାର ସହ ଚଳାଚଳ କରୁଛି। ବନ୍ଦେ ଭାରତ ଯେଉଁ ତିନୋଟି ପ୍ରମୁଖ ରାଜ୍ୟରେ କାମ କରୁନାହିଁ ତାହା ହେଉଛି ଗୋଆ, ଝାଡ଼ଖଣ୍ଡ ଓ ବିହାର। କିନ୍ତୁ ଆସନ୍ତା ୨୬ ପରେ ଏହି ତିନୋଟି ରାଜ୍ୟରେ ବନ୍ଦେ ଭାରତ ଚଳାଚଳ କରିବ ।

ସେପଟେ ଆସାମକୁ ଛାଡ଼ି ଦେଲେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଅବଶିଷ୍ଟ ସମସ୍ତ ରାଜ୍ୟରେ ଏପର୍ଯ୍ୟନ୍ତ ଟ୍ରାକ୍ ବିଦ୍ୟୁତୀକରଣ ହୋଇପାରିନାହିଁ । ଏଣୁ ସେସବୁ ରାଜ୍ୟରେ ବନ୍ଦେଭାରତ ଚାଲିପାରି ନାହିଁ । କେବଳ ଆସମରେ ବନ୍ଦେ ଭାରତ ଚଳାଚଳ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ ଗୋଆ ବନ୍ଦେ ଭାରତର ଉଦଘାଟନ ଚଳିତ ମାସ ଆରମ୍ଭରେ ହେବାର ଥିଲା । କିନ୍ତୁ ଓଡ଼ିଶା ଟ୍ରେନ ଦୁର୍ଘଟଣା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା ।

Leave A Reply

Your email address will not be published.