ଭୁବନେଶ୍ୱରର ଜନତା ମୈଦାନ ଠାରେ ଆୟୋଜିତ ‘ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ୍‌-୨୦୨୩’ ଫିଲ୍ମ ‘ଟି’ ର ପ୍ରଚାର

0

ବହୁ ପ୍ରତିକ୍ଷିତ ଫିଲ୍ମ ‘ଟି’ ରିଲିଜ୍ ହୋଇଛି ଓଡ଼ିଶାର ସମସ୍ତ ପ୍ରମୁଖ ଫିଲ୍ମ ହଲ୍ ରେ ଓ ଦର୍ଶକଙ୍କ ଭଲପାଇବା ମଧ୍ୟ ସାଉଁଟିଛି | ଟ୍ରାନ୍ସଜେଣ୍ଡରଙ୍କ ଜୀବନୀକୁ ନେଇ ଓଡିଆ ଫିଲ୍ମ ‘ଟି’ର ଟିମ୍ ପହଞ୍ଚିଥିଲା ୨୮ ତାରିଖ, ରବିବାର ସନ୍ଧ୍ୟାରେ ଭୁବନେଶ୍ୱରର ଜନତା ମୈଦାନ ଠାରେ ଆୟୋଜିତ ହେଉଥିବା ‘ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ୍‌-୨୦୨୩’ ରେ | ସାଧାରଣ ଜନତାଙ୍କ ସହ ପୁରା ଟିମ୍ ମିଶିଥିଲା ଓ ଶୁଟିଂ ସମୟର କିଛି ଅଭୂଲା ସ୍ମୃତି ବାଣ୍ଟିବା ସହ ଗୋଟେ ସାଧାରଣ କୁଇଜ୍ ମଧ୍ୟ ଆୟୋଜନ ହୋଇଥିଲା | ସଠିକ ଉତ୍ତର ଦେଇଥିବା କିଛି ଦର୍ଶକଙ୍କୁ ‘ଟି’ ର ମାଗଣା ଟିକେଟ୍ ମଧ୍ୟ ଦିଆ ଯାଇଥିଲା |
ଉପସ୍ଥିତ ଦର୍ଶକ ଦେଖିଥିଲେ ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ଫିଲ୍ମ ‘ଟି’ର ଟ୍ରେଲର୍ କୁ | ଏହି ଟ୍ରେଲର୍ ଦର୍ଶକ ମାନଙ୍କ ମଧ୍ୟରେ ଏକ ଉତ୍ସାହ ଭରିଦେଇଥିଲା | ସମସ୍ତେ କରତାଳି ଦେଇ ଉପଭୋଗ କରିଥିଲେ ଏହି ଟ୍ରେଲର୍ | ଏହି ଅବସରରେ ମୀରା ପରିଡ଼ା ଙ୍କ ସହ ଉପସ୍ଥିତ ଥିଲେ ନିଜେ ମେଘନା ସାହୁ | ଅନ୍ୟ ମାନଙ୍କ ମଧ୍ୟରେ ଥିଲେ ଫିଲ୍ମର କଳାକାର ହର ରଥ, ଦେବାଶିଷ ସାହୁ, ରଣବୀର କାଲସି, ନିର୍ଦେଶକ ଜିତେଶ କୁମାର ପରିଡ଼ା | ‘ଟି’ର ପୁରା ଟିମ୍ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ତାଙ୍କ ଫିଲ୍ମ ଦେଖିବାକୁ ଅନୁରୋଧ କରିଥିଲେ |

ଫିଲ୍ମର କାହାଣୀ ପରି ଫିଲ୍ମର ପ୍ରମୋସନର କନସେପ୍ଟ ବି ସମ୍ପୂର୍ଣ ନୂଆ ଓ ଦମଦାର୍ ତେଣୁ ଦର୍ଶକ ବହୁମାତ୍ରାରେ ଏହି ଫିଲ୍ମ ଦେଖିବାକୁ ହଲକୁ ଆସିବେ ବୋଲି ଫିଲ୍ମର ପ୍ରଚାର ଓ ପ୍ରସାର ଦାୟିତ୍ବରେ ଥିବା ମିଡ଼ିଆ ପ୍ଲାନର୍ ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି | ମଜବୁତ୍ ବିଷୟବସ୍ତୁ ଓ କାହାଣୀ ଉପରେ ଓଡିଆ ଫିଲ୍ମ ‘ଟି’ ରିଲିଜ୍ ହୋଇଛି ମଇ ୨୫ ତାରିଖରେ ଆପଣଙ୍କ ନିକଟସ୍ଥ ଫିଲ୍ମ ହଲ୍ ରେ | ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ତାଙ୍କର ଜନ୍ମରୁ ଆରମ୍ଭ କରି ତାଙ୍କ ବୈବାହିକ ଜୀବନ ଯାଏଁ ଲମ୍ବିନି ବରଂ ତାଙ୍କ ସମ୍ପ୍ରଦାୟର ଲୋକଙ୍କ ସ୍ୱର ହେବାର ପରିଧିକୁ ବି ପାର କରିଛି ଏହି ଫିଲ୍ମରେ | ପୂର୍ବରୁ ଏହି ଚଳଚ୍ଚିତ୍ର ମୁମ୍ବାଇର ଗୋଲଡେନ୍ ଜୁରି ଫିଲ୍ମ ଫେଷ୍ଟିଭାଲରେ ସର୍ବୋତ୍ତମ ଏଲଜିବିଟି ଚଳଚ୍ଚିତ୍ର ପୁରସ୍କାର ଜିତି ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏକ ଗୌରବମୟ ପୃଷ୍ଠା ଯୋଡ଼ି ସାରିଛି । ଜିତେଶ କୁମାର ଫିଲ୍ମଜ ଓ ଆର ଆର ଆର ମୋସନ ପିକ୍ଚର୍ସର ପ୍ରଯୋଜନା ତଥା ବିଘ୍ନହର୍ତା ମୁଭିଜ, ମୋହିତ କୁମାର ପୁରୀ ଓ ହିମାଦ୍ରି ତନୟା ଦାସଙ୍କ ସହ ପ୍ରଯୋଜନା ତଥା ଥମ୍ରିତା ମୋହନ୍ ସମ୍ଭୂତି ସୋମା କିରଣ ଜେନା, ରାଜଶ୍ରୀ ମହାପାତ୍ରଙ୍କ ସହ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଦେବାଶିଷ ସାହୁ, ଉଷସୀ ମିଶ୍ର, ହର ରଥ, ରଣବୀର କଲସି ଓ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି |

Leave A Reply

Your email address will not be published.