ଦେହ ବ୍ୟବସାୟ ଆଇନସମ୍ମତ ପେଷା, ସମ୍ମାନର ସହ ବଞ୍ଚିବେ ଯୌନକର୍ମୀ

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଦେହ ବ୍ୟବସାୟୀଙ୍କ ଜୀବନଧାରଣ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସମ୍ବିଧାନ ଅନୁସାରେ ସେମାନଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାରୀ ରହିଛି। ଦେହ ବ୍ୟବସାୟ ଏକ ପେଷା। ସମ୍ବିଧାନର ଧାରା ୨୧ ଅନୁସାରେ ସମସ୍ତଙ୍କ ସମ୍ମାନ ସହ ବଞ୍ଚିବାର ଅଧିକାରା ରହିଛି ସେହି ଆଇନ ଅନୁସାରେ ଯୌନକର୍ମୀମାନଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ଯୌନକର୍ମୀଙ୍କ ସୁରକ୍ଷା ଅଧିକାରକୁ ନେଇ ୬ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ଖଣ୍ଡପୀଠ କହିଛନ୍ତି ଯେ ଯୌନକର୍ମୀମାନଙ୍କର ସମ୍ମାନ ସପକ୍ଷରେ ରାୟ ଶୁଣାଇଛନ୍ତି ।

ବିନା ଅନୁମତିରେ ବେଆଇନ ଭାବେ ପୁଲିସ ସେମାନଙ୍କ ବିଷୟରେ ହସ୍ତକ୍ଷେପ କରିପାରିବ ନାହିଁ କି ସେମାନଙ୍କ ବିରୋଧରେ ଅପରାଧିକ କାର‌୍ୟ୍ୟାନୁଷ୍ଠାନ ନେଇପାରିବ ନାହିଁ । । ଚଢ଼ଉ ବେଳେ ଯେମିତି ସେମାନଙ୍କ ଫଟୋ ଭିଡିଓ ଗଣମାଧ୍ୟମରେ ସ୍ଥାନ ନପାଏ ସେ ନେଇ ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ କଟକଣା ଲଗାଇବ ବୋଲି କୋର୍ଟ କହିଛନ୍ତି। କେବଳ ଏତିକି ନୁହେଁ, ସ୍ଥାୟୀ ଠିକଣା ପାଇଁ ଆଧାରକାର୍ଡରୁ ବଞ୍ଚିତ ହେଉଥିବା ଯୌନକର୍ମୀଙ୍କୁ ତୁରନ୍ତ ଆଧାରକାର୍ଡ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Leave A Reply

Your email address will not be published.