‘ମେଣ୍ଢା’କୁ ୩ ବର୍ଷ ଜେଲ୍

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ‘ମେଣ୍ଢା’କୁ ୩ବର୍ଷ ଜେଲ୍, ଏକଥା ଶୁଣିଲେ ନିଶ୍ଚିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ହଁ, ଆଜ୍ଞା କଥାଟି ସତ ଆଫ୍ରିକୀୟ ଦେଶ ଦକ୍ଷିଣ ସୁଦାନରେ ହତ୍ୟା ମାମଲାରେ ଏକ ମେଣ୍ଢାକୁ ୩ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଦିଆଯାଇଛି । ଏହି ମେଣ୍ଢାଟି ଆଡିୟୁ ଚାପିଙ୍ଗ (୪୫) ନାମକ ଜଣେ ବୃଦ୍ଧ ମହିଳାଙ୍କୁ ଶିଙ୍ଗରେ ହତ୍ୟା କରି ଦୋଷୀ ସାବ୍ୟସ୍ତ ହୋଇଛିଜ୍ଝ ଖାଲି ଏତିକି ନୁହେଁ ମେଣ୍ଢା ଶିଙ୍ଗରେ ମହିଳାଙ୍କ ଛାତିରେ ଅନେକ ଥର ଆଘାତ କରିଥିବା ଯୋଗୁଁ ତାଙ୍କର ମୃତ୍ୟୁ ବରଣ ହୋଇଛି । ଫଳରେ ଦଣ୍ଡ ସ୍ୱରୂପ ଏକ ସେନା ଶିବିରରେ ତିନି ବର୍ଷ ପର‌୍ୟ୍ୟନ୍ତ ରହିବ ମେଣ୍ଢାଟି । ଦକ୍ଷିଣ ସୁଦାନର ବୟସ୍କ ବ୍ୟକ୍ତି ମାନେ ଦୋଷୀ ମେଣ୍ଢାକୁ ଏହି ଦଣ୍ଡ ଶୁଣାଇଛନ୍ତି । ଅନ୍ୟପକ୍ଷରେ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ସ୍ୱରୂପ ୫ଟି ଗାଈ ଦେବେ ମେଣ୍ଢାର ମାଲିକ । ତେବେ ମେଣ୍ଢାର ମାଲିକ ଡୁଓନୟ ମାୟାଙ୍ଗ ବୋଲି ଜଣାପଡିଛି । ଏହି ବ୍ୟକ୍ତି ପରସ୍ପରର ପଡୋଶୀ ହୋଇଥିବା ବେଳେ ଦୁଇ ପରିବାର ପୋଲିସ ନିକଟରେ ଏଭଳି ବୁଝାମଣା କରିଛନ୍ତି ।

Leave A Reply

Your email address will not be published.