ରାଜସ୍ଥାନର କହ୍ନେୟାଲାଲ ହତ୍ଯା ପ୍ରତିବାଦ: କଟକରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ବିରୋଧ ପ୍ରଦର୍ଶନ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାଜସ୍ଥାନର ଉଦୟପୁରରେ ଦରଜୀ କହ୍ନେୟାଲାଲର ବର୍ବରୋଚିତ ହତ୍ଯା ପ୍ରତିବାଦରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଏବଂ ତହାର ଯୁବ ସଙ୍ଗଠନ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ କଟକ ବାଦାମବାଡି ଟ୍ରାଫିକ ପୋଷ୍ଟ ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ଯକ୍ରମରେ କହ୍ନେୟାଲାଲର ହତ୍ଯାକୁ ଭାରତରେ ତାଲିବାନୀକରଣର ଶୁଭାରମ୍ଭ ବୋଲି କହାଯାଇଛି l ଏଭଳି ଅମାନୁଷିକ ହତ୍ଯା ପୂର୍ବରୁ ସିରିଆ , ଇରାକ, ଆଫଗାନିସ୍ତାନ ଇତ୍ଯାଦି ସ୍ଥାନରେ ଘଟୁଥିଲା l

protest

ଭାରତରେ ଏଭଳି ଜେହାଦି କାର୍ଯ୍ଯକ୍ରମ ପ୍ରତି ସମସ୍ତେ ସଚେତନ ରହିବା ଉଚିତ ବୋଲି ସଙ୍ଗଠନ ତରଫରୁ କହାଯାଇଛି l ଏହି କାର୍ଯ୍ଯକ୍ରମରେ ସଙ୍ଗଠନର ରାଜ୍ଯ ସଭାପତି ଦୀପକ କୁମାର ମହାନ୍ତ , କାର୍ଯ୍ଯକାରୀ ସଭାପତି ବିଶ୍ୱରଞ୍ଜନ ଜେଠୀ , ରାଷ୍ଟ୍ରୟ ବଜରଙ୍ଗ ଦଳର ରାଜ୍ଯ ସାଧାରଣ ସମ୍ପାଦକ ଦୀନବନ୍ଧୁ ସିଂ, କଟକ ମହାନଗର ସଭାପତି ଲଲାଟେନ୍ଦୁ ରାଉତରାୟ, ୱାଇ. ନରେଶ ଏବଂ ଅନ୍ଯାନ୍ଯ କାର୍ଯ୍ଯକର୍ତ୍ତା ଯୋଗ ଦେଇଥିଲେ l

Leave A Reply

Your email address will not be published.