ଲାଞ୍ଚ ନେଇ ଧରାପଡ଼ିଥିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

0

ବ୍ରହ୍ମପୁର (ଓଡ଼ିଆ ନ୍ୟୁଜ୍‌): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପାତ୍ରପୁର ବ୍ଲକ୍ ପଞ୍ଚାୟତ ନିର୍ବାହୀ ଅଧିକାରୀ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ର ପଞ୍ଚାୟତ ନିର୍ବାହୀ ଅଧିକାରୀ ହେଉଛନ୍ତି ରାଜେନ୍ଦ୍ର କୁମାର ବେହେରା। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଜଣେ ହିତାଧିକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ପିଇଓ ରାଜେନ୍ଦ୍ର କୁମାର ବେହେରାଙ୍କୁ ଧରିଛନ୍ତି ଭିଜିଲାନ୍ସ ଟିମ୍। ଉକ୍ତ ହିତାଧିକାରୀଙ୍କ ଶେଷ କିସ୍ତି ଅର୍ଥ (୩୦ ହଜାର ଟଙ୍କା) ପ୍ରଦାନ କରିବା ପାଇଁ ସେ ଲାଞ୍ଚ ମାଗିଥିଲେ। ତେବେ ଭିଜିଲାନ୍ସ ଟିମ୍ ତାଙ୍କ ଠାରୁ ଲାଞ୍ଚ ଅର୍ଥ ଜବତ କରିଛି। ରାଜେନ୍ଦ୍ର କୁମାର ବେହେରାଙ୍କୁ ଧରିବା ପରେ ଭିଜିଲାନ୍ସ ଟିମ୍ ତାଙ୍କ ଅଫିସ୍, ଗଞ୍ଜାମ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ବନମାଳି ସ୍ଥିତ ତାଙ୍କ ଘର ଓ ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ବିହାର ସ୍ଥିତ ତାଙ୍କ ଭଡ଼ା ଘରେ ଚଢ଼ାଉ କରି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.