ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଂଲାଦେଶରେ ହିନ୍ଦୁଙ୍କୁ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ | ଘଣ୍ଟ ଘଣ୍ଟା ବାଡେଇ ପ୍ରତିବାଦ ଜଣାଇଲେ ସେବାୟତ | ବାଂଲାଦେଶରେ ହିନ୍ଦୁ ମାନଙ୍କୁ ଅନ୍ୟାୟ ଅତ୍ୟାଚାର ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତିକୁ ଜାଳିପୋଡି ଅପମାନିତ କରିବା ଘଟଣାରେ ଦେଶବ୍ୟାପି ପ୍ରତିବାଦ ପ୍ରଦର୍ଶନ ଜାରୀ ରହିଛି।
ଏହି ପରିପ୍ରେକ୍ଷୀରେ ବାରିପଦା ଠାରେ ସେବାୟତ ମହାସଂଘ ପକ୍ଷରୁ ଉକ୍ତ ଘଟଣାକୁ ନିନ୍ଦା କରି ବିରୁଦ୍ଧରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ଶ୍ରୀ ଶ୍ରୀ ହରିବଳ ଦେବ ଜୀଉଙ୍କ ମନ୍ଦିର ସମ୍ମୁଖରେ ରାଜ୍ୟ ସଭାପତି କାମେଶ୍ୱର ତ୍ରିପାଠୀଙ୍କ ନେତୃତ୍ୱରେ ଘଣ୍ଟ ଘଣ୍ଟା ବଜାଇ ଶାନ୍ତିପୂର୍ଣ୍ଣ ଭାବରେ ଏହାର ପ୍ରତିବାଦ କରାଯାଇଛି।
ବାଂଲାଦେଶୀରେ ବିଧର୍ମୀ ଭାବେ ହିନ୍ଦୁ ମଠ ମନ୍ଦିର ଭଙ୍ଗାରୁଜା କରିବା ଓ ହିନ୍ଦୁମାନଙ୍କୁ ଅତ୍ୟାଚାର ରୋକିବା ପାଇଁ କେନ୍ଦ୍ର ସରକାରୀ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଉପସ୍ଥାପନ କରିଛନ୍ତି।